
କମିଶନରେଟ ପୋଲିସ ହାତରେ ମୋଷ୍ଟ ୱାଣ୍ଟେଡ ଇରାନୀ ଗ୍ୟାଙ୍ଗ
ଭୁବନେଶ୍ୱର: କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ୱାଡକୁ ମିଳିଛି ବଡ଼ ସଫଳତା । ପୋଲିସ ହାତରେ ଲାଗିଛି ଇରାନୀ ଗ୍ୟାଙ୍ଗ । ଏହି ଚୋରଙ୍କୁ ଧରିବା ପାଇଁ ପୋଲିସ ପାଖରେ ଏକ ପ୍ରକାରର ଚ୍ୟାଲେଞ୍ଜ ଥିଲା । ଏହି ଚୋରମାନେ ଇରାନରୁ ଆସି ଭାରତର ବିଭିନ୍ନ ଅଞ୍ଚଳରେ ଚୋରି କରୁଥିଲେ ।
ସୂଚନା ଅନୁସାରେ, ଓଡ଼ିଶା ଓ ୱେଷ୍ଟବେଙ୍ଗଲ ପାଇଁ ଏମାନେ ଥିଲେ ମୋଷ୍ଟ ୱାଣ୍ଟେଡ । ମହିଳା ଓ ଏକାକୀ ଯାଉଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରୁଥିଲେ । ଏହି ଗ୍ୟାଙ୍ଗ ନିକଟରୁ ୫ଟି ବାଇକ ଓ ୭ଟି ସୁନା ଚେନ୍ ଜବତ ହୋଇଛି । ଆନ୍ଧ୍ର ପୋଲିସ ମଧ୍ୟ ଏହି ଗ୍ୟାଙ୍ଗକୁ ୬ ମାସ ହେଲା ଖୋଜୁଥିଲା । ଏହା ସହ କମିଶନରେଟ ପୋଲିସରେ ଏମାନଙ୍କ ନାଁରେ ୨୦ରୁ ଅଧିକ ମାମଲା ରହିଛି ।