
ସାପ କାମୁଡ଼ାରେ ମା’ ଓ ଝିଅ ମୃତ
କେନ୍ଦୁଝର: ସାପ କାମୁଡ଼ାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ମରସୁଆଁ ରୁଗୁଡ଼ିସାହିରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି। ସାପ କାମୁଡ଼ାରେ ମାଆ ଓ ୨ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମାଆ ସୁଖମୁନି ମୁଣ୍ଡା ଓ ୨ ବର୍ଷର ଶିଶୁକନ୍ୟା ଗତକାଲି ରାତି ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଥିଲା। ଆଜି ସକାଳେ ଡାକ୍ତରଖାନାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।