
୨୦୨୦ ମସିହାର ଏକ ଘଟଣାକୁ ନେଇ ପୁରୀଘାଟ ଥାନାରେ ଏତଲା ଦେଲେ ସାଂସଦ ଅନୁଭବ ମହାନ୍ତି
କଟକ: ପୁଣିଥରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ୨୦୨୦ ମସିହାର ଏକ ଘଟଣାକୁ ନେଇ ସେ ଥାନାରେ ଏତଲା ଦେଇଛନ୍ତି । ଅନୁଭବଙ୍କୁ ଏତଲାକୁ ଆଧାର କରି ପୁରୀଘାଟ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ପାଇଁ ପ୍ରସ୍ତୁତ ହୋଇଛି । ସାଂସଦ ମହାନ୍ତିଙ୍କ ଏତଲା ଅନୁଯାୟୀ, ୨୦୨୦ ମସିହାରେ କିଛି ମହିଳା ନିଜକୁ ମାନବାଧିକାର କର୍ମୀ କହି ତାଙ୍କ ଘରକୁ ପଶି ଆସିଥିଲେ । ପତ୍ନୀ ବର୍ଷାଙ୍କ ମାମଲାରେ ଘରକୁ ଆସି ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ସାଂସଦ ଅନୁଭବ ମହାନ୍ତି ।