
ସରକାରଙ୍କ ପକ୍ଷରୁ ସାଂସଦ ପ୍ରତାପ ଷଡ଼ଙ୍ଗୀ ସୌମ୍ୟାଶ୍ରୀଙ୍କ ପରିବାରକୁ ଭେଟି ସାନ୍ତ୍ବନା ଦେବା ସହ ଅନୁଦାନ ଚେକ୍ ପ୍ରଦାନ କରିଛନ୍ତି।
ଶନିବାର ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ଭେଟି ଚେକ୍ ପ୍ରଦାନ କରିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ମୃତ୍ୟୁ ବରଣ ପୀଡିତାଙ୍କ ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ। ତେବେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସାଂସଦ ପ୍ରତାପ ଷଡ଼ଙ୍ଗୀ ସୌମ୍ୟାଶ୍ରୀଙ୍କ ପରିବାରକୁ ଭେଟି ସାନ୍ତ୍ବନା ଦେବା ସହ ଅନୁଦାନ ଚେକ୍ ପ୍ରଦାନ କରିଛନ୍ତି। ତାଙ୍କ ସହିତ ବାଲେଶ୍ୱର ରେଡ଼କ୍ରସ ପକ୍ଷରୁ ୨୫ ହଜାର ଅନୁଦାନ ରାଶି ପରିବାରକୁ ଦିଆଯାଇଛି । ସଂସାଦଙ୍କ ସହିତ ବାଲେଶ୍ୱର ପ୍ରଶାସନ ଉପସ୍ଥିତ ରହିଥିଲେ ।
ସୂଚନାଥାଉ କି ଏଫଏମ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶି କଲେଜ ପରିସରରେ ପେଟ୍ରୋଲ ଢାଳି ହୋଇ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସରକାରୀ ଏବଂ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସମସ୍ତ ଚେଷ୍ଟା ସତ୍ୱେ ତାଙ୍କ ଜୀବନ ଦୀପ ଲିଭି ଯାଇଥିଲା ।
ତେବେ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। FM କଲେଜ ପରିସରକୁ ଯାଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ। ଆଇଜି ଏସ ସାଇନି ଓ ତଦନ୍ତକାରୀ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି ।ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ୍ କରିଥିଲେ । କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ କରାଯାଇଥିଲା ଏବଂ ବିଜେଡି ଲୋକସେବା ଭବନ ଘେରାଉ କରିଥିଲା ।