ଶିଶୁଭବନ ଛକରେ ଯୁବକଙ୍କ ହାଇଡ୍ରାମା: ଉଦ୍ଧାର ପରେ ମୁକ୍ତିକାନ୍ତ କହିଲେ – ଲଢ଼େଇ ଆଗକୁ ଜାରି ରହିବ

ଭୁବନେଶ୍ୱର: ଭୁବନେଶ୍ୱର ଶିଶୁଭବନ ଛକରେ ଯୁବକଙ୍କ ହାଇଡ୍ରାମା । ପୋଲିସ, ପ୍ରଶାସନ, ଦମକଳ ବିଭାଗ ନାକେଦମ । ଯୁବକ ଏକ ବିଜ୍ଞାପନ ହୋର୍ଡିଂ ଉପରକୁ ଚଢି ଆତ୍ମହତ୍ୟା ଧମକ ଦେଉଉଛନ୍ତି । ଅଧଘଣ୍ଟା ହେଲାଣି ପୋଲିସ ତାଙ୍କୁ ତଳକୁ ଆଣିବାରେ ବିଫଳ ହୋଇଛି ।

ଯୁବକ ଜଣକ ରାଉରକେଲାରୁ ଆସିଥିଲେ   ଏବଂ ତାଙ୍କ ନାଁ ମୁକ୍ତିକାନ୍ତ ବିଶ୍ୱାଳ  । ସେ ବିଭିନ୍ନ ପ୍ରକଳ୍ପ ନେଇ  ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସିଥିଲେ  ।  ୭ ଦିନ ଧରି ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ । ହେଲେ ମୁ୍ଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପାଇ ନ ଥିଲେ । 

ରାଉରକେଲାବାସୀଙ୍କ ସ୍ୱାର୍ଥ ପାଇଁ ହୋର୍ଡିଂଙ୍କ ଉପରେ ଚଢ଼ିଥିିବା ମୁକ୍ତିକାନ୍ତଙ୍କୁ ଶେଷରେ ତଳକୁ ଅଣାଯାଇଛି । ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ମୁକ୍ତିକାନ୍ତଙ୍କୁ ଅଗ୍ନିଶମବାହିନୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯିବ ବୋଲି କୁହାଯାଇଛି। ପ୍ରାୟ ୪ଘଣ୍ଟା ହେବ ସେ ହୋର୍ଡିଂ ଉପରେ ବସିଥିଲେ । ଏହା ସହିତ ତାଙ୍କ ଦେହରେ ସେ ଡିଜେଲ ଢାଳିଥିଲେ । ଏହାପରେ ଅଗ୍ନୀଶମବାହୀନି ତାଙ୍କ ଉପରକୁ ପାଣି ମାଡ କରିଥିଲେ ।
 ପ୍ରାୟ ୪ଘଣ୍ଟା ହେବ ସେ କିଛି ଖାଇବା ତ ଦୂରକଥା ପାଣି ଟୋପାଏ ପିଇ ନାହାନ୍ତି, ତେଣୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ବିଗିଡି ପାରେ ଯାହା ପାଇଁ ତାଙ୍କୁ ମେଡିକାଲ ନିଆଯାଇଛି । ତେବେ ତାଙ୍କୁ ଉଦ୍ଧାର କରିବା ପରେ ସେ ତାଙ୍କର ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ଲଢ଼େଇ ଜାରି ରହିବ। ମୁଖ୍ୟମନ୍ତ୍ରୀ ଏକଛତ୍ରବାଦୀ ଶାସନ ଚଳାଇଛନ୍ତି । ମୁଁ ରାଉରକେଲାବାସୀଙ୍କ ସ୍ୱାର୍ଥ ନାଇଁ ଏହି କାର୍ଯ୍ୟ ଏହି ଲଢ଼େଇ ଜାରି ରଖିବି ବୋଲି ସେ କହିଛନ୍ତି ।

Related Articles

Back to top button