ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ, ଭୟରେ ଘରୁ ବାହାରକୁ ଚାଲିଆସିଲେ ଲୋକେ

ଭଦ୍ରକ: ତିନି ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ । ଭଦ୍ରକ , ଯାଜପୁର , କେନ୍ଦୁଝର ଜିଲ୍ଲା ପ୍ରଚଣ୍ଡ ଶବ୍ଦ ହୋଇଛି । ଯାହାଫଳରେ କି ଏହି ସବୁ ଅଞ୍ଚଳର କିଛି ଘର କବାଟ ଥରିଥିଲା । ଭୟରେ ବାହାରକୁ ଚାଲିଆସିଲେ ।

ଖବର ଅନୁଯାୟୀ, ବୁଧବାର ଦିନ ୧୧ଟାରେ ଏହି ତିନୋଟି ଜିଲ୍ଲାରେ ହଠାତ୍‌ ଏକ ଭୟଙ୍କର ଶବ୍ଧ ଆସିଥିଲା । ଯାହାଫଳରେ ଲୋକେ ଭୟଭୀତ ହୋଇଯାଇଥିଲା । କିନ୍ତୁ ଏହା ୧୦ ମିନିଟ୍‌ ଭିତରେ ଆଉ ଏକ ଶବ୍ଦ ହୋଇଥିଲା । ବୋମାମାଡ଼ ଭଳି ଭୟଙ୍କର ଶବ୍ଦରେ ଥରିଲା ପୁରା ଅଞ୍ଚଳ । ଘରେ ଥିବା ଲୋକେମାନ ବାହାରକୁ ଆସିଯାଇଥିଲେ । ତେବେ କେଉଁ କାରଣକୁ ନେଇ ଏପରି ଶବ୍ଦ ହୋଇଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି ।

Related Articles

Back to top button