ନବଦାସ ହତ୍ୟା ମାମଲା: ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ମିଳିଲା ଗୋପାଳଙ୍କ ହାତ ଲେଖା କାଗଜ

ଝାରସୁଗୁଡା: ପାଇଖାନା ଟାଙ୍କିରୁ ମିଳିଲା ଗୋପାଳ ପକାଇଥିବା କାଗଜ । ଗତକାଲି ରାତିରୁ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କି ଖୋଜାଖୋଜି ପରେ ପୋଲିସ ହାତରେ ଲାଗିଛି ବଡ ସୁରାକ ।  ସ୍ୱରେଜ ଟାଙ୍କିରୁ ମିଳିଲା ଗୋପାଳଙ୍କ ହାତଲେଖା କାଗଜର ୧୨ଟି ଟୁକୁଡା । ଏସବୁ ଗୋପାଳ ନିଜେ ଲେଖିଥିବା କ୍ରାଇମବ୍ରାଞ୍ଚ ଆଗରେ ସ୍ୱୀକାର କରିଛନ୍ତି । ଏହାକୁ ସେ ନାଲି କାଳିରେ ଲେଖିଛନ୍ତି । ଇଂରାଜୀ ଓ ଓଡ଼ିଆ ଭାଷାରେ ଏହାକୁ ଲେଖିଥିବା ଜଣାଯାଇଛି ।

ନବ ଦାସ ହତ୍ୟା ମାମଲାର ସୁରାକ  ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରେ ଲୁଚି ରହିଥିଲା  । ଗତକାଲି ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ଘନଘନ ଜେରା କରିଥିଲା । ହତ୍ୟା ନେଇ ଗୋପାଳ ମୁହଁ ଖୋଲୁ ନ ଥିଲେ ହେଁ କିଛି କାଗଜ ପାଇଖାନା ଟାଙ୍କିରେ ପକାଇ ଫ୍ଲସ ମାରି ଦେଇଥିବା ସ୍ୱୀକାର କରିଥିଲେ ଗୋପାଳ । ଏହାକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶରେ ଚାଲିଥିଲା ଖୋଳତଡା । ଗତକାଲି ରାତିରୁ ଥାନା ପରିସରକୁ ସିଲ କରାଯାଇ ଟାଙ୍କି ଭଙ୍ଗାରୁଜା କାମ ଚାଲିଥିଲା ।

ବୁଧବାର ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଜାରସୁଗୁଡ଼ା ବିମାନବନ୍ଦର ଥାନା ପାଇଖାନା ଟାଙ୍କି ସ୍ୱରେଜ ଭାଙ୍ଗି କିଛି କାଗଜ ଟୁକୁଡ଼ା ଉଦ୍ଧାର କରିଛି । ଯାହାକୁ ଥାନା ପରିସରରେ ଶୁଖାଇବା ସହ ସେଥିରେ କଣ ଲେଖା ହୋଇଥିଲା ଜାଣିବାକୁ ଚେଷ୍ଟା କରୁଛି ତଦନ୍ତରାକୀର ଦଳ । ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ମଧ୍ୟ ଟୁକୁଡ଼ା ଟୁକୁଡ଼ା କାଗଜକୁ ପ୍ରମାଣ ଭାବେ ଗୁରୁତ୍ୱ ଦେଉଛି ।

Related Articles

Back to top button