
ଗୁଳି ମାଡ଼ରେ ହୃତପିଣ୍ଡ ନଷ୍ଟ ହେବାରୁ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ହୋଇଛି – ଶବ ବ୍ୟବଚ୍ଛେଦ ରିପୋର୍ଟ
ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି। ତାଙ୍କ ଛାତିରେ ଗୁଳିମାଡ ହୋଇଥିବାରୁ ହୃତପିଣ୍ଡ ନଷ୍ଟ ହୋଇଯାଇଥିଲା। ତେଣୁ ତାଙ୍କର ମୃତ୍ୟୁ ଘଟିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ସୂଚନା ମିଳିଛି। ମନ୍ତ୍ରୀ ନବ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆପୋଲୋ ହସ୍ପିଟାଲରେ ମୃତ୍ୟୁ ହେବା ପରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଶବ ବ୍ୟବଚ୍ଛେଦ ହୋଇଥିଲା। ଗତକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ପ୍ରଦାନ କରାଯାଇଥିଲା।
ଏହି ଘଟଣାରେ ନୂଆଦିଲ୍ଲୀସ୍ଥିତ ସିଏଫଏସଏଲର ବିଶେଷଜ୍ଞଙ୍କ ଦ୍ୱାରା ଅଭିଯୁକ୍ତର ଫରେନ୍ସିକ ସାଇକୋଲୋଜିକାଲ ଆସେସମେଣ୍ଟ ଏବଂ ଲେୟର୍ଡ ଭଏସ୍ ଆନାଲିସିସ୍ ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ତଦନ୍ତକାରୀ ଟିମ୍ ସମସ୍ତ ପ୍ରକାର ପ୍ରମାଣ ଯୋଗାଡ କରୁଛନ୍ତି। ଘଟଣାସ୍ଥଳରେ ସିଆଇଡି କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଉପସ୍ଥିତ ରହି ଘଟଣାର ତଦାରଖ କରୁଛନ୍ତି। ମାମଲାର ତଦନ୍ତ ଜାରି ରହିଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ରବିବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧି ଛକ ନିକଟରେ ତାଙ୍କ କାର ଅଟକିଥିଲା। ଏହି ସମୟରେ ପୋଲିସ ଏଏସ୍ଆସଇ ଗୋପାଳ ଦାସ ଗୁଳି ମାରିଥିଲେ। ଯେଉଁଥିରେ ନବ ଦାସଙ୍କର ମୃତ୍ୟୁ ଘଟିଛି। ନବ ଦାସ ଗୁଳିମାଡର ଶିକାର ହେବା ପରେ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣଯାଇଥିଲା। ଏହିଠାରେ ତାଙ୍କୁ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା।