ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ କାର୍ଯ୍ୟ ତଦାରଖ କରିବେ ଅବସର ପ୍ରାପ୍ତ ବିଚାରପତି

ଭୁବନେଶ୍ୱର: ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‍ ଜତୀନ୍ଦ୍ର ପ୍ରସାଦ ଦାଶ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ତଦନ୍ତ କାର୍ଯ୍ୟ ତଦାରଖ କରିବେ। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ରାଜ୍ୟ ସରକାର ଏହାର ନିରପେକ୍ଷ ତଦାରଖ ନେଇ ଜଣେ ବିଚାରପତିଙ୍କ ନାମ ସୁପାରିଶ କରିବା ଲାଗି ହାଇକୋର୍ଟକୁ ଅନୁରୋଧ କରି ପତ୍ର ଲେଖିଥିଲେ। ଅନ୍ୟପକ୍ଷରେ ଏହି ହତ୍ୟା ଘଟଣାରେ ଗତକାଲି ଝାରସୁଗୁଡ଼ା ଏସ୍‍ପି ଓଏସ୍‍ଡିପିଓଙ୍କୁ ବଦଳି କରାଯିବା ପରେ ଆଜି ସ୍ୱର୍ଗତ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମିତ୍ରଭାନୁ ଦେଓଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

ସୂଚନା ମୁତାବକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥିବା ସମୟରେ ବ୍ରଜରାଜନଗର ଗାନ୍ଧି ଛକରେ ଗୋପାଳ ଦାସ ନାମ ଜଣେ ପୋଲିସ ଏଏସଆଇ ଅଚାନକ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିଟି ତାଙ୍କ ଛାତି ତଳେ ବାଜି ଥିବା ବେଳେ ସେ ଗୁରୁତର ହୋଇ ପଡ଼ିଥିଲେ। ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଆପୋଲୋ ବିଶେଷଜ୍ଞଙ୍କ ସହ କଟକ ବଡ଼ ଡାକ୍ତରଖାନା ଓ କ୍ୟାପିଟାଲ ହସ୍ପିଟାଲର ବିଶେଷଜ୍ଞମାନେ ତାଙ୍କ ଚିକିତ୍ସାରେ ନିୟୋଜିତ ରହିଥିଲେ। ଏପରିକି ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇଥିଲା। ତେବେ ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ସେ ମୃତ୍ୟୁବରଣ କରିଥିଲେ।

Related Articles

Back to top button