
ସ୍ୱାସ୍ଥ୍ୟମନ୍ତ୍ରୀ ହତ୍ୟା ମାମଲାରେ ପୋଲିସ ଡିଜି କହିଲେ ‘ଟିକେ ସମୟ ଲାଗିବ’
ଡିଜିପି କହିଲେ ‘ଟିକେ ସମୟ ଲାଗିବ’
କଟକ: ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ। ସାମ୍ବାଦିକ ସମ୍ମିଳନୀରେ ସୁନିଲ ବଂଶଲ କହିଛନ୍ତି ଯେ, ଘଟଣାର ଉପରେ ପ୍ରଥମ ଦିନରୁ ହିଁ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ତେବେ ଘଟଣା ମୂଳରେ ପହଞ୍ଚିବାକୁ କିଛି ସମୟ ଲାଗିବ। ଜଷ୍ଟିସ ଦାସଙ୍କ ତଦାରଖରେ ଘଟଣାର ତଦନ୍ତ ଚାଲିଛି । ତେଣୁ ମାମଲା ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ନ ଆସିବା ପର୍ଯ୍ୟନ୍ତ କୌଣସି ମତ ଦେବା ଠିକ ହେବନାହିଁ । ଏହା ଦ୍ୱାରା ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହୋଇପାରେ ବୋଲି ଡିଜି କହିଛନ୍ତି ।
ପାଇଖାନାରୁ କାଗଜ ଟୁକୁଡ଼ା ମିଳିଛି, ତଦନ୍ତ ଜାରି ରହିଛି। ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନିଆଯିବ, ଏ ସଂକ୍ରାନ୍ତରେ ଗୃହ ମନ୍ତ୍ରଳାୟ ସହିତ ଆଲୋଚନା ହୋଇଛି । ଏ ମାମଲାରେ ସମ୍ପୁର୍ଣ୍ଣ ସହେଯାଗ କରିବାକୁ ଗୃହ ମନ୍ତ୍ରଳାୟ ପ୍ରତିଶୃତି ଦେଇଥିବା ଡିଜି କହିଛନ୍ତି। ତଦନ୍ତରେ ଫରେନ୍ସିକ ସାହାଯ୍ୟ ପାଇଁ ସିଏଫ୍ଏସ୍ଏସଲର ସହାୟତା ନିଆଯାଇଥିବା ସେ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ଗୋପାଳ ହତ୍ୟା କରିଛି ତାହା ଜାଣିବାକୁ ତଦନ୍ତ ଜାରି ରହିଛି ।
ତେବେ ରାଜ୍ୟରେ ଏହିଭଳି ଘଟଣାର କିଭଳି ପୁନରାବୃତି ନହୁଏ ସେଥି ପ୍ରତି ଧ୍ୟାନ ଦେବୁ ବୋଲି ଡିଜି କହିଛନ୍ତି । ଆବଶ୍ୟକ ପଡ଼ିଲେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଏଜେନ୍ସୀ ଏସ୍ପିଜି ସହିତ ଆଲୋଚନା କରିବୁ । ସେମାନେ ଏଭଳି ସ୍ଥିତିକୁ ଏଡ଼ାଇବା ପାଇଁ କ’ଣ ସବୁ ପଦକ୍ଷେପ ନେଉଛନ୍ତି, ପରାମର୍ଷ ନେବେ ବୋଲି ସେ କହିଛନ୍ତି ।