ମାଆ ସମଲେଶ୍ବରୀଙ୍କଠାରେ ଲାଗିହେଲା ନବାନ୍ନ

ମହକୁଛି ପଶ୍ଚିମ ଓଡିଶା। କୃଷିଭିତ୍ତିକ ପର୍ବ ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ଗାଁଠୁ ସହର ସବୁଆଡ଼େ ନୂଆଖାଇପାଇଁ ଉତ୍ସବ ମୁଖର। ଏହି ଅବସରରେ ନୂଆଖାଇର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଉତ୍ସାହ ଉଦ୍ଦିପନାରେ ପାଳନ ହେଲା ପଶ୍ଚିମ ଓଡିଶାର କୃଷି ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ । ନିଦ୍ଧାରିତ ଲଗ୍ନ ଅନୁସାରେ ସମ୍ବଲପୁର ରେ ଆଜି ମାଁ ସମଲେଶ୍ଵରୀଙ୍କ ମନ୍ଦିର ଠାରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନବାନ୍ନ ପର୍ବ ପାଳିଛନ୍ତି ସାରା ସମ୍ବଲପୁର ଅଞ୍ଚଳବାସୀ । ଚାଷୀ ତାର ପ୍ରଥମ ଅନ୍ନକୁ ନିଜର ଇଷ୍ଟଦେବୀ ଠାରେ ଲାଗି କରାଇ ବର୍ଷ ଯାକ କେମିତି ଭଲ ଅମଳ ହେବ ସେନେଇ ମାଁଙ୍କ ଠାରୁ ଆଶିଷ ଭିକ୍ଷା କରେ । ପରମ୍ପରା ଅନୁଯାୟୀ ଆଜି ସମ୍ବଲପୁର ଇଷ୍ଟଦେବୀ ମାଁ ସମଲେଇଙ୍କ ମନ୍ଦିର ଭୋର ୪ଟା ରୁ ଖୋଲା ଯାଇଥିଲା । ମାଁଙ୍କୁ ସ୍ନାନ କରାଇ ନୂଆବସ୍ତ୍ର ପରିଧାନ କରି ଗୁପ୍ତ ପୂଜା କରାଯାଇଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସକାଳ 10ଟା 27 ରୁ 10 ଟା 47 ମିନିଟ ମଧ୍ୟରେ ମୁଖ୍ୟ ପୁଜକ ଙ୍କ ଘରୁ ନବାନ୍ନ ମାଁ ଙ୍କ ମନ୍ଦିର କୁ ଯିବା ପରେ ନବାନ୍ନ ଲାଗି କରାଯାଇଛି । ପରେ ମନ୍ଦିର ପରିସରରେ ଥିବା ୧୧୫ ଗୋଟି ପାଶ୍ୱ ଦେବା ଦେବୀ ଙ୍କ ଠାରେ ମଧ୍ୟ ନବାନ୍ନ ଲାଗି କରାଯାଇଛି । ତେଵେ ମାଁଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଘରେ ନବାନ୍ନ ଭକ୍ଷଣ କରିଛନ୍ତି ସମ୍ବଲପୁର ବାସିନ୍ଦା । ଘରର ମୂରବୀ ଠାରୁ ନବାନ୍ନ ଗ୍ରହଣ କରି ମୁରବୀଙ୍କୁ ମୁଣ୍ତିଆ ମାରି ପରିବାର ସମସ୍ତେ ଏକାଠି ବସି ନୂଆଁଖାଇଛନ୍ତି । ଆଜିର ଏହି ଦିନକୁ ପାଳନ କରିବା ପାଇଁ ସମସ୍ତ ଅପେକ୍ଷା କରିଥାନ୍ତି ।

Related Articles

Back to top button