ଚୋର ଦେଲେ ଚ୍ୟାଲେଞ୍ଜ୍‌, ସ୍କୁଲ୍‌ରୁ ଚୋରିକରିବା ପରେ କଳାପଟାରେ ଲେଖିଲେ ‘ଆମେ ପୁଣି ଆସିବୁ’

ଆମ ରାଜ୍ୟର ଏକ ଚୋରି ଘଟଣା ଏବେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ବିଷୟ ।ସିନେମାରୁ ପ୍ରେରିତ ହୋଇ ଚୋରମାନେ ଚୋରି କରୁଥିବା ଏଥିରୁ ପ୍ରତୀୟମାନ ହେଉଛି । ନବରଙ୍ଗପୁର ଲଖଟିଗୁଡାରେ ଥିବା ଉଚ୍ଚବିଦ୍ୟାଳୟରେ ଚୋରମାନେ ପଶି ଏହାର କମ୍ପ୍ୟୁଟର ଚୋରି କରିଥିଲେ । ଏହା ସହ ବିଦ୍ୟାଳୟରେ ଶ୍ରେଣୀ ଗୃହର ଥିବା ଏକ କଳାପଟାରେ ଆମେ ପୁଣି ଆସିବୁ ସ୍କୁଲ୍‌ ପିଲା ଧରି ପାରିଲେ ଧର ବୋଲି ଉଲ୍ଲେଖ କରିଥିଲେ ।

ହିନ୍ଦୀ ସିନେମା ଧୁମ୍‌ରେ ଏପରି ହୋଇଥିବାରୁ ସେମାନେ କଳାପଟାରେ ଧୁମ୍‌ ୪ ବୋଲି ଉଲ୍ଲେଖ କରିଛନ୍ତି । ଏହି ଘଟଣାପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସର୍ବେଶ୍ୱର ବେହେରା ଥାନାରେ ଅଭିଯୋଗ କରିଛନ୍ତି ।

ଏହା ପୂର୍ବରୁ ଦହନାରେ ଥିବା ଉଚ୍ଚ ବିଦ୍ୟାଳୟରେ ସମାନ ଉପାୟରେ କମ୍ପ୍ୟୁଟର ସହ ଅନ୍ୟ ବୈଦ୍ୟୁତିକ ସାମଗ୍ରୀ ଚୋରି ହୋଇଥିଲା ।

Related Articles

Back to top button