ଗିରଫ ହେଲେ ନବରଙ୍ଗପୁର ଉପଜିଲ୍ଲାପାଳ

ନବରଙ୍ଗପୁର: ନବରଙ୍ଗପୁର ଉପଜିଲ୍ଲାପାଳ ଗିରଫ । କଳାଧନର କୁବେର ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କଲା ଭିଜିଲାନ୍ସ । ଜେରା ବେଳେ ୫କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତିର ଟେର୍ ପାଇଛି ଭିଜିଲାନ୍ସ । ଆୟର ଉତ୍ସ ନେଇ ସଠିକ ଉତ୍ତର ଦେଇପାରୁନାହାନ୍ତି ପ୍ରଶାନ୍ତ । ଏକାଧିକ ବେନାମୀ ଆକାଉଣ୍ଟ ଖୋଲିଥିଲେ ବାବୁ । ଯେଉଁଥିରେ ଜମା ହୋଇଛି ଲକ୍ଷ ଲକ୍ଷ ଟଙ୍କା । ତାର ବି ଉତ୍ସ କହିପାରିନାହାନ୍ତି ଗିରଫ ଉପଜିଲ୍ଲାପାଳ । ଆହୁରି ତଦନ୍ତ ହେଲେ ସ୍ପଷ୍ଟ ହେବ କଳାଧନ କେଉଁଠୁ ଆଣିଥିଲେ ପ୍ରଶାନ୍ତ । ଗତକାଲି ରାତି ୨ଟାରେ ସରିଥିଲା ଦୀର୍ଘ ୨୦ ଘଣ୍ଟାରେ ମାରାଥନ ରେଡ୍‌ ।

୯ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ନବରଙ୍ଗପୁର ଏବଂ ଭୁବନେଶ୍ବରରୁ ଜବତ ହୋଇଥିଲା ନଗଦ ୩ କୋଟିରୁ ଅଧିକ ଟଙ୍କା । ପେଟି ଭିତରୁ ଜବତ ହୋଇଥିଲା ବିଡ଼ାବିଡ଼ା ଟଙ୍କା । ୪୧ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ଜବତ ହୋଇଥିଲା । ଚଢାଉ ବେଳେ ୫ଟି ପ୍ଲଟ, ୨ଟି ଚାରି ଚକିଆ ଗାଡ଼ି ଏବଂ ତାଙ୍କ ଦୁଇ ପିଲାଙ୍କ ଉପରେ ଶିକ୍ଷା ବାବଦରେ ଖର୍ଚ୍ଚ ହୋଇଥିବା ୮୭ ଲକ୍ଷ ଟଙ୍କା ବିଷୟରେ ମଧ୍ୟ ଜାଣିବାକୁ ପାଇଛି ଭିଜିଲାନ୍ସ । ସୁନା ଓ ରୂପାର ଗହଣା ମଧ୍ୟ ଜବତ ହୋଇଛି । ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଜଣେ ଅଭ୍ୟାସଗତ ଲାଞ୍ଚଖୋର । ଚାକିରି କଲା ଦିନରୁ ଦୁର୍ନୀତିରେ ବୁଡି ରହିଛନ୍ତି ।

Related Articles

Back to top button