
ସକାଳ ୮ରୁ ସନ୍ଧ୍ୟା ୫ ଯାଏ ଖୋଲା ରହିବ ନନ୍ଦନକାନନ
ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସମୟ ନିର୍ଘଣ୍ଟ ବଦଳିଛି। ପ୍ରତିବର୍ଷ ଭଳି ଶୀତଋତୁ ସାଙ୍ଗକୁ ଦିନ ଛୋଟ ପାଇଁ ଅକ୍ଟୋବର ୧ତାରିଖ ରବିବାର ଠାରୁ ସକାଳ ୮ଟାରୁ ଖୋଲିବ ଓ ୫ଟାରେ ବନ୍ଦ ହେବ ବୋଲି ନନ୍ଦନକାନନ ପର୍ଯ୍ୟଟକ ପରିଚାଳନା ସହକାରୀ ବନସଂରକ୍ଷକ (ପର୍ଯ୍ୟଟକ ଏସିଏଫ୍) ଶରତ କୁମାର ସାହୁ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟଉଭିଦ (ବଟାନିକାଲ ଗାର୍ଡେନ)ରେ ମଧ୍ୟ ସମୟ ନିର୍ଘଣ୍ଟ ବଦଳିଛି। ସକାଳ ୮ଟାରେ ଖୋଲିବ ଓ ୫ଟାରେ ବନ୍ଦ ହେବ। ଏହି ନିୟମ ୨୦୨୪ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଲାଗୁରହିବ। ସପ୍ତାହର ପ୍ରତି ସୋମବାର ଉଭୟ ଉଦ୍ୟାନ ବନ୍ଦ ରହିବ।