ନରାଜ ନିକଟରେ ୪ଲକ୍ଷ ୬୦ହଜାର ୯ଶହ ୫୪ ଘନଫୁଟ ଜଳ ପ୍ରବାହିତ

କଟକ : ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ରୁ ୩୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବନ୍ୟାଜଳ ନିଷ୍କାସନ ଯୋଗୁଁ ତଳମୁଣ୍ଡରେ ଥିବା ସମସ୍ତ ନଦୀ ଓ ଶାଖା ନଦୀରେ ଜଳସ୍ତର ବଢିବାରେ ଲାଗିଛି । କେତେକ ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି । ସେହିଭଳି ମହାନଦୀର ଜଳସ୍ତର ମଧ୍ୟ ବଢୁଛି ।

ତେବେ ସକାଳ ୯ଟା ସୁଦ୍ଧା କଟକ ନରାଜ ନିକଟରେ ୪ ଲକ୍ଷ ୬୦ ହଜାର ୯ ଶହ ୫୪ ଘନଫୁଟ ଜଳ ପ୍ରବାହିତ ହେଉଛି । ସେହିଭଳି ନରାଜ ଉପର ମୁଣ୍ଡର ଜଳସ୍ତର ୨୬.୦୦ ଘନଫୁଟ ଥିବାବେଳେ ତଳମୁଣ୍ଡର ଜଳସ୍ତର ୨୪.୧୦ ଘନଫୁଟ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ସକାଳ ୬ଟା ସୁଦ୍ଧା କଟକ ନରାଜ ନିକଟରେ ୪ ଲକ୍ଷ ୨୩ ହଜାର ୨୩୭ ଘନଫୁଟ ଜଳ ପ୍ରବାହିତ ହେଉଥିଲା । ନରାଜ ଉପରମୁଣ୍ଡର ଜଳସ୍ତର ୨୬.୧୦ ଘନ ଫୁଟ ଥିବାବେଳେ ତଳମୁଣ୍ଡର ଜଳସ୍ତର ୨୩.୯୦ ଘନଫୁଟ ରହିଥିଲା ।

Related Articles

Back to top button