
ଶଙ୍ଖ ଭବନରେ ଝାରସୁଗୁଡା ବିଜୟ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଲେ
ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ବିପୁଳ ଭୋଟ ପାଇଁ ବିଜୟୀ ହୋଇଛନ୍ତି ଦୀପାଳି ଦାସ। ଫଳଫଳ ଘୋଷଣା ପରେ ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଝାରସୁଗୁଡା ବିଜୟ ଉତ୍ସବ ପାଳନ କରାଯାଉଛି। ଏହି ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଝାରସୁଗୁଡାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଏହି ବିଜୟ ଝାରସୁଗୁଡାବାସୀଙ୍କ ବିଜୟ ।
ଏହା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ବିକାଶ ପାଇଁ ଡବଲ ଇଞ୍ଜିନ ଆବଶ୍ୟକ ନାହିଁ । ବିକାଶ ପାଇଁ ଇଛାଶକ୍ତି ଜରୁରୀ । ଆମ ଝିଅମାନେ ଆମର ଗର୍ବ । ମହିଳାମାନଙ୍କୁ ଆମେ ଉତ୍ସାହିତ କରିଆସିଛୁ । ମହିଳାମାନଙ୍କୁ ବିରୋଧୀ ଅସମ୍ମାନ କରିଛନ୍ତି, ମାତ୍ର ଲାେକମାେନ ଏହାକୁ ବରଦାସ୍ତ କରିନାହାନ୍ତି ।’
ମୁଖ୍ୟମନ୍ତ୍ରୀ ଏହାମଧ୍ୟ କହିଛନ୍ତି, ଝାରସୁଗୁଡ଼ାର ବିକାଶ ପାଇଁ ବିଜେଡି ଅଧିକ ଗୁରୁତ୍ୱ ଦେବ । ନବ ବାବୁ ଯେଉଁ ବିକାଶର ଧାରା ଆରମ୍ଭ କରିଥିଲେ ବିଜେଡି ତାକୁ ଆଗକୁ ନେବ । ଦଳର ସମସ୍ତ କର୍ମକର୍ତ୍ତା ଓ ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ । ସର୍ବଶେଷରେ ସେ କହିଛନ୍ତି,ଝାରସୁଗୁଡ଼ା ଉପନିର୍ବାଚନ ବିଜୟ ଝାରସୁଗୁଡ଼ାବାସୀଙ୍କର ବିଜୟ । ମହିଳା ଶକ୍ତିର ବିଜୟ । ଝାରସୁଗୁଡ଼ା ଲୋକମାନଙ୍କ ନିକଟରେ ବିଜେଡି ଋଣୀ ଅଟେ।