ମୋଦିଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ

ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦେଶବାସୀଙ୍କ ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ସଫଳ ହେବା ନେଇ ମୋଦୀ ଓ ତାଙ୍କ ପୂରା ଟିମକୁ ଶୁଭକାମନା ଜଣାଇଛନ୍ତି ନବୀନ। ଏଥିସହ ଦେଶର ଉନ୍ନତି କାମନା କରିଛନ୍ତି ନବୀନ ।

ସେହିପରି ଓଡ଼ିଶାରୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଥିବା ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ଦେଶବାସୀ ଓ ଓଡ଼ିଶାବାସୀଙ୍କ ପାଇଁ କାମ କରିବାକୁ କହିଛନ୍ତି ନବୀନ ।

Related Articles

Back to top button