ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟିବେ ନବୀନ

ନୂଆଦିଲ୍ଲୀ: ଓଡ଼ିଶା ସମେତ ୪ ରାଜ୍ୟରେ ଆଗୁଆ ନିର୍ବାଚନ ଆଲୋଚନା ମଧ୍ୟରେ ଆଗାମୀ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରି ପାରନ୍ତି ବୋଲି ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀ କେବେ ଦିଲ୍ଲୀ ଯିବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇ ନଥିବା ବେଳେ ଅଗଷ୍ଟ ୧୫ ପରେ ଏହି ଗସ୍ତ ହୋଇପାରେ । କିଛି ସରକାରୀ ଆଲୋଚନା ବ୍ୟତିତ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଗୁଆ ନିର୍ବାଚନ କରିବା ଯୋଜନାକୁ ଉପସ୍ଥାପନ କରି ପାରନ୍ତି । ରାଜ୍ୟରେ ସରକାରୀ ଦଳର ପ୍ରସ୍ତୁତି ଏବଂ ସରକାରଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆକଳନ କରାଯାଉଛି ।

ସେହିପରି ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଗଷ୍ଟ ଶେଷ ସପ୍ତାହ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମୌସୁମି ଅଦିବେଶନ ସମୟରେ ସରକାର ଅତିରିକ୍ତ ୨୫,୦୦୦ କୋଟିର ବଜେଟ୍ ଉସପସ୍ଥାପନ କରି ପାରନ୍ତି । ଏହା ସହିତ ସରକାର ଆଗାମୀ ବିଧାନସଭା ଅଧିବେସନ ସେପ୍ଟେମ୍ବର ସୁଦ୍ଧା ସାରିବାକୁ ଯୋଜନା କରିଛନ୍ତି, ଯାହା ଏହି ବିଧାନସଭାର ଶେଷ ଅଧିବେଶନ ହେବ ।

ନିକଟରେ ଗତ ଦୁଇ ମାସ ମଧ୍ୟରେ ରାଜ୍ୟ କ୍ୟାବିନେଟ୍ ଲଗାତାର ବୈଠକ କରି ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଅର୍ଥରାଶୀକୁ ଅନୁମୋଦନ କରିବା ସହିତ ଅନେକ ନୂଆ ଯୋଜନାକୁ ଅନୁମୋଦନ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ମୋ ଘର ଯୋଜନା, ମିଶନ ଶକ୍ତି ସ୍କୁଟି ଯୋଜନା, ଆମ ଓଡ଼ିଶା ନବୀନ ଏବଂ ନୂଆ(ନୂତନ ଉନ୍ନତ ଅଭିଳାଶ) ଭଳି ଯୋଜନା ରହିଛି, ଯାହା ସାଧାରଣ ଲୋକଙ୍କ ଆବଶ୍ୟକତାକୁ ପୁରଣ କରିବ । ସେହିଭଳ କ୍ୟାବିନେଟ୍ ରାଜ୍ୟରେ ଭିତ୍ତିଭୁମି ସୁଦୃଢ଼ କରିବା ପାଇଁ ଅନେକ ଯୋଜନା ଏବଂ ବ୍ୟାଙ୍କ ନଥିବା ୪,୩୭୩ ଗ୍ରାମକୁ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।

ଅଗଷ୍ଟ ୫ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱର ଆସିଥିବା ବେଳେ ଦୁହିଁଙ୍କ ମଧ୍ୟରେ କିଛି ସମୟ ଋଦ୍ଧଦ୍ୱାର ବୈଠକ ହୋଇଥିବା ଆଲୋଚନା ହୋଇଥିଲା । ଏହାପରେ ଏବେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ଆଲୋଚନା ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ନେଇ କୌଣସି ନିଷ୍ପତି ହୋଇନାହିଁ ।

Related Articles

Back to top button