ଏନସିସି ପାଠ୍ୟକ୍ରମକୁ ଶିକ୍ଷାନୁଷ୍ଠାନରେ ସାମିଲ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ୨୦୨୩-୨୪ରେ ନ୍ୟାସନାଲ କ୍ୟାଡେଟ କ୍ରପସ (ଏନସିସି) ପାଠ୍ୟକ୍ରମକୁ ଶିକ୍ଷାନୁଷ୍ଠାନରେ ସାମିଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏ ବାବଦରେ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ବିଭାଗ ଚିଠି ଲେଖିଥିଲା । ଏଥିରେ ପଢ଼ିବା ପାଇଁ ୩ଟି ସର୍ତ୍ତ ରହିଛି । କେବଳ ଏନସିସି କ୍ୟାଡେଟମାନେ ଏଥିରେ ପଢ଼ିପାରିବେ । ଜେନେରୋଲ ଇଲେକ୍ଟିଭ-୧ ପ୍ରଥମ ବର୍ଷରେ ପଢ଼ିଲେ ପ୍ରଥମ ଓ ଦ୍ୱିତୀୟ ସେମିଷ୍ଟାର ଦେଇପାରିବେ । ସେହିପରି ଜେନେରାଲ ଇଲେକ୍ଟିଭ-୨ ଦ୍ୱିତୀୟ ବର୍ଷରେ ତୃତୀୟ ଓ ଓ ଚତୁର୍ଥ ସେମିଷ୍ଟାର ଦେଇପାରିବେ । ଏହି ପାଠ୍ୟକ୍ରମ ବାବଦରେ ୱେବସାଇଟରୁ ଛାତ୍ରଛାତ୍ରମାନେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ ।

Related Articles

Back to top button