ଭୁବନେଶ୍ୱରରେ ଭଙ୍ଗା ଯିବ ପାଖାପାଖି ୧୯୧ ବେଆଇନ ଆପାର୍ଟମେଣ୍ଟ

ଭୁବନେଶ୍ୱରରେ ପାଖାପାଖି ୧୯୧ ବେଆଇନ ଆପାର୍ଟମେଣ୍ଟ ଭଙ୍ଗା ଯିବ। ଏନେଇ ଆଜି ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଙ୍କ ପ୍ରଶ୍ନରେ କିଛି ଏମିତି ଉତ୍ତର ରଖିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରେ ୧୯୧ଟି ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବ । ବିଡିଏ ଅଧିନରେ ୪୯୧ ବେଆଇନ ଆପାର୍ଟମେଣ୍ଟ ନାଁରେ ମାମଲା ରୁଜ୍ଜୁ ହୋଇଛି । ସେଥିମଧ୍ୟରୁ ୧୯୧ଟି ଭଙ୍ଗାଯିବ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ୬୩ଟି ମାମଲା ଖାରଜ ହୋଇଥିଲା ବେଳେ ଓ ୨୩୭ଟି ବିଚାରାଧୀନ ଅବସ୍ଥାରେ ରହିଛି । ସେହିପରି ବିଏମ୍‌ସି ଅଧିନରେ ୧୪୪୪ ମାମଲା ରୁଜୁ ହୋଇଥିବା ବେଳେ ୪୫୧ଟି ମାମଲାର ଫଇସଲା ହୋଇଛି । ଏବେବି ୯୯୩ ଟି ମାମଲା ବିଚାରଧୀନ ଅଛି । ତେବେ ବେଆଇନ ଭାବେ ନିର୍ମାଣଧୀନ ୧୯୧ ବେଆଇନ ଆପାର୍ଟମେଣ୍ଟ ଭଙ୍ଗା ଯିବ ମନ୍ତ୍ରୀ କହିଛନ୍ତି।

Related Articles

Back to top button