ମେକ୍‌ ଇନ୍‌ ଓଡିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କଲେ ନୂଆ ଶିଳ୍ପ ନୀତି ୨୦୨୨

ଭୁବନେଶ୍ୱର: ଉନ୍ମୋଚନ ହେଲା ନୂଆ ଶିଳ୍ପ ନୀତି ୨୦୨୨ । ମେକ୍‌ ଇନ୍‌ ଓଡିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚିତ କରିଛନ୍ତି । ନୂଆ ଶିଳ୍ପ ନୀତି ସମ୍ପର୍କରେ ସୂଚନା ଦେଇ ଶିଳ୍ପ ସଚିବ କହିଛନ୍ତି ଶିଳ୍ପ ନୀତି ୨୦୨୨ ଆଜି ଠୁ କାର୍ଯ୍ୟକ୍ଷମ ହେଲା । ଯେଉଁଥିରେ ପ୍ରାୟୋରିଟି ଓ ଥ୍ରଷ୍ଟ ଭଳି ଦୁଇଟି ସେକ୍ଟରକୁ ପ୍ରାଧାନ୍ୟ ଦିଆଯାଇଛି । ଯେଉଁ କ୍ଷତ୍ରରେ ୨୦୦ରୁ ଅଧିକ ଓଡ଼ିଆ ଲୋକେ ନିଯୁକ୍ତି ପାଉଥିବା ସେକ୍ଟରକୁ ପ୍ରାୟୋରିଟି ସେକ୍ଟର ଏବଂ ୧୦୦୦ରୁ ଅଧିକ ଓଡ଼ିଆ ନିଯୁକ୍ତି ପାଉଥିବା ସେକ୍ଟରକୁ ଥ୍ରଷ୍ଟ ସେକ୍ଟର ଭାବେ ବିବେଚନା କରାଯିବ । ବିଜୁ ଇକୋନୋମି କରିଡ଼ରକୁ ଏହି ପଲିସିରେ ଥ୍ରଷ୍ଟ ସେକ୍ଟର ଭାବେ ବିବେଚନା କରାଯାଇଛି ।

ପଲିସି ଅନୁଯାୟୀ ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ନିବେଶକଙ୍କୁ ଆକର୍ଷଣୀୟ ପ୍ରୋତ୍ସାହନ ଦିଆଯାଇଛି । ପ୍ରାୟୋରିଟି ସେକ୍ଟର ପୁଞ୍ଜି ନିବେଶରେ ୨୦ ପ୍ରତିଶତ ଓ ଥ୍ରଷ୍ଟ ସେକ୍ଟରରେ ୩୦ ପ୍ରତିଶତ ସବସିଡି ଯୋଗାଇ ଦେବେ ସରକାର । ସେହିପରି ବିଜୁଳିରେ ୧୦ ବର୍ଷ ପର୍ଯ୍ୟନ୍ତ ୟୁନିଟ ପିଛା ୨ ଟଙ୍କା ଲେଖାଏଁ ବିଜୁଳି ଶୁଳ୍କ ଛାଡ଼ କରିବେ ରାଜ୍ୟ ସରକାର । ମାନବ ସମ୍ବଳ କ୍ଷେତ୍ରରେ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ୭ ବର୍ଷ ପର୍ଯ୍ୟନ୍ତ ESI ଏବଂ EPF ଶହେ ପ୍ରତିଶତ ଛାଡ଼ ହେବ ।

ପ୍ଲାଣ୍ଟ ଓ ମେସିନାରୀ କ୍ଷେତ୍ରରେ ରାଜ୍ୟ ଜିଏସଟି ଛାଡ଼ କରିବେ ରାଜ୍ୟ ସରକାର । ଶିଳ୍ପପତିମାନଙ୍କୁ ଆକୃଷ୍ଟ କରିବାକୁ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଏନେଇ ପ୍ରତିଶ୍ରୁତି ଦେଇଛନ୍ତି । ଜମି ଆବଣ୍ଟନକୁ ସୁଗମ କରିଛନ୍ତି ରାଜ୍ୟ ସରକାର । ୩୦ ଦିନ ଭିତରେ ୩୦ ଏକର, ୫୦ ଦିନରେ ୫୦ ଏକର ଓ ୧୦୦ ଦିନରେ ୧୦୦ ଏକର ଜମି ଯୋଗାଇ ଦିଆଯିବ । ପାଣି, ବିଜୁଳି ଓ ଗମନା ଗମନ ସୁବିଧା ସହ ଜମି ଯୋଗାଇ ଦିଆଯିବ ବୋଲି କହିଛନ୍ତି ଶିଳ୍ପ ସଚିବ ।

Related Articles

Back to top button