୪୦ଟି ହାଇସ୍କୁଲରେ ଖୋଲିବ ଯୁକ୍ତଦୁଇ ଶ୍ରେଣୀ, ପଢାହେବ ଏକାଦଶ ପାଠ୍ୟକ୍ରମ

ଭୁବନେଶ୍ୱର: ହାଇସ୍କୁଲରେ ଖୋଲିବ ଯୁକ୍ତ ୨ । ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଖୋଲିବ ଯୁକ୍ତଦୁଇ ଶ୍ରେଣୀ । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ।

ଏକାଦଶ ଶ୍ରେଣୀରୁ ପାଠପଢା ଆରମ୍ଭ ହେବ । ଏଥିପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ । ଯେଉଁସ୍ଥାନରେ କଲେଜ ସୁବିଧା ନାହିଁ, ପିଲାମାନଙ୍କୁ ଯିବା ପାଇଁ ବାଟ ଦୂର ପଡୁଛି ସେହିଭଳି ଅଞ୍ଚଳରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ । ପ୍ରଥମେ ୪୦ଟି ସ୍କୁଲରେ ଯୁକ୍ତ ଦୁଇ ଖୋଲିବ ଏବ ପର୍ଯ୍ୟାୟକ୍ରମେ ୧୦୦ଟି ସ୍କୁଲରେ ଖୋଲିବା ପାଇଁ ବ୍ୟବସ୍ଥା ହେବ ।

Related Articles

Back to top button