ଓଡ଼ିଶାରୁ ଚିହ୍ନଟ ହେଲା କରୋନାର ଏକ ନୂଆ ସବ୍ ଲିନିଏଜ୍ ଏକ୍ସବିବି.୨.୩

ନୂଆଦିଲ୍ଲୀ: ଓଡ଼ିଶାରୁ କରୋନାର ନୂଆ ସବ୍ ଲିନିଏଜ୍ ଚିହ୍ନଟ ହୋଇଛି । ଦେଶରେ ଏବେ ଓମିକ୍ରନର ସବ-ଭାରିଆଣ୍ଟ ଏକ୍ସବିବି.୧.୧୬ ଫଳରେ ସଂକ୍ରମଣ ବ୍ୟାପୁଛି । ଏହା ମଧ୍ୟରେ ଏହି ସବ-ଭାରିଆଣ୍ଟର ଆଉ ଏକ ସବ୍ ଲିନିଏଜ୍ ଏକ୍ସବିବି.୨.୩ ଚିହ୍ନଟ ହେବା ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ଏହି ନୂଆ ସବ୍ ଲିନିଏଜରେ ଅତିରିକ୍ତ ମ୍ୟୁଟେସନ ହୋଇଥିବା ଜଣାପଡ଼ିଛି । ତେବେ ଏହି ସବ-ଭାରିଆଣ୍ଟ ଏକ୍ସବିବି.୨.୩କୁ ନେଇ ବୈଜ୍ଞାନିକ ସତର୍କ କରାଇଛନ୍ତି ।

ତେବେ ଜିନୋମ ସିକ୍ୱେନ୍ସିରେ ଗୋଟିଏ ଏକ୍ସବିବି.୨.୩ ଓ ୨ଟି ଏକ୍ସବିବି.୨.୩.୨କୁ ଠାବ କରାଯାଇଥିବା ସାର୍ସ-କୋଭ-୨ ଜେନୋମକ୍ସି କନସୋର୍ଟିୟମ ସୂତ୍ରରୁ ଜଣାପଡ଼ିଛି । ଚଳିତ ମାସରେ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି) ପକ୍ଷରୁ ୭୭ଟି ନମୂନାର ଜିନୋମ ସିକ୍ୱେନ୍ସିଂ କରାଯାଇଥିଲା । ତେବେ ସେଥିରୁ ୩୪ଟି ନମୂନାରୁ ଏକ୍ସବିବି.୧.୧୬ ଚିହ୍ନଟ ହୋଇଥିଲା ଓ ୮ଟିରେ ଏକ୍ସବିବି.୧.୧୬.୧ ଚିହ୍ନଟ ହୋଇଥିଲା ।

ଗତ ଜାନୁଆରୀରେ ଏକ୍ସବିବି.୧.୬ ସବ-ଭାରିଆଣ୍ଟକୁ ଚିହ୍ନଟ କରାଯାଇଥିବା ବେଳେ ମାର୍ଚ୍ଚ-ଏପ୍ରିଲରେ ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଳାଗିଛି । ଏହି ସବ-ଭାରିଆଣ୍ଟ ଲୋକଙ୍କୁ ଅଧିକ ଗୁରୁତର କରାଉଥିବା ବେଳେ ଜଟିଳ ରୋଗ ଥିବା ଲୋକମାନେ ଏଥିରେ ବେଶି ସଂକ୍ରମିତ ହେଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ।

Related Articles

Back to top button