
୨୦୨୬-୨୭ ଶିକ୍ଷାବର୍ଷରୁ ନୂଆ ପାଠ୍ୟପୁସ୍ତକ ହେବ ପ୍ରଚଳନ।
୨୦୨୬-୨୭ ଶିକ୍ଷାବର୍ଷରୁ ନୂଆ ପାଠ୍ୟପୁସ୍ତକ ପ୍ରଚଳନ। ଏଥର ସମ୍ପୂର୍ଣ ବଦଳିବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ। ଏନସିଇଆରଟି ଦ୍ବାରା ପ୍ରସ୍ତୁତ ପୁସ୍ତକ ସହ ସମାନ୍ତରାଳ ଭାବେ ଏସବୁ ଶ୍ରେଣୀ ପାଇଁ ନୂଆ ପାଠ୍ୟପୁସ୍ତକ ପ୍ରଚଳନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଜାତୀୟ ଶିକ୍ଷା ନୀତି ଲାଗୁ ନେଇ ଭୋପାଳ ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠନ ହୋଇଛି । ଏହି କମିଟି ଜାତୀୟ ପାଠ୍ୟକ୍ରମ ରୂପରେଖ ଅନୁସାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖ ପ୍ରସ୍ତୁତ କରିବ। ତେଣୁ ଏନେଇ ଆସନ୍ତା ୨୬ରୁ ୩୦ ତାରିଖରେ ଚତୁର୍ଥ ବୈଠକ ଅନୁଷ୍ଠିତ ହେବ। ସେପଟେ ଏପ୍ରିଲ ୨ରୁ ପ୍ରତି ବିଦ୍ୟାଳୟରେ ଶିଶୁ ବାଟିକା ଖୋଲିବ । ୨୦୨୫-୨୬ ଶିକ୍ଷାବର୍ଷରୁ ଏଠାରେ ୫-୬ବର୍ଷ ବୟସର ପିଲାଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ। ତେଣୁ ଏନେଇ ପ୍ରସ୍ତୁତି ଓ ପ୍ରକ୍ରିୟା ଆରମ୍ଭ କରିବାକୁ ବିଭାଗୀୟ କମିଶନର କମ୍ ସେକ୍ରେଟାରୀ ସାଲିନୀ ପଣ୍ଡିତ ଏକ ବିଜ୍ଞପ୍ତି ଜରିଆରେ ସମସ୍ତ ଜିଲାପାଳ, ଅଧ୍ୟକ୍ଷ ଏବଂ ସମଗ୍ର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।