ବିଚାରପତିଙ୍କ ମୃତ୍ୟୁ ଘଟଣାରେ ମାଆ ଆଣିଲେ ଅଭିଯୋଗ: କହିଲେ ‘ମୋ ପୁଅକୁ ହତ୍ୟା କରିଛନ୍ତି’

କଟକ: ବିଚାରପତି ସୁବାସ ବିହାରୀ ମୃତ୍ୟୁ ଘଟଣା । ସୁବାସଙ୍କ ସ୍ତ୍ରୀ ଏବଂ ଶଳା ନାଁରେ ହତ୍ୟା ଅଭିଯୋଗ ଆଣିଲେ ସୁବାସଙ୍କ ପରିବାର । ସୁବାସ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ସୁବାସଙ୍କ ମାଆ । ଏନେଇ କଟକ ମର୍କତନଗର ଥାନାରେ ଅଭିଯୋଗ କରିବେ ସୁବାସଙ୍କ ପରିବାର ।

ପ୍ରତିକ୍ରିୟା ରଖିଛନ୍ତି ସୁବାସଙ୍କ ମାଆ ଓ ଭାଇ । ଗତକାଲି କଟକସ୍ଥିତ ବାସଭବନରୁ ମିଳିଥିଲା ସୁବାସଙ୍କ ମୃତଦେହ । ସୂଚନା ଥାଉକି, କଟକ ପକ୍ସୋ କୋର୍ଟର ବିଚାରପତି ସୁବାସ କୁମାର ବିହାରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ଭଳି ଚାଂଚଲ୍ୟକର ଖବର ସାମ୍ନାକୁ ଆସିଥିଲା । ଅପରାହ୍ନ ପ୍ରାୟ ସାଢେ଼ ଗୋଟାଏ ବେଳେ ତାଙ୍କ ବାସଭବନରୁ ପୋଲିସ ଗୋଟିଏ ରଶି ଜବତ କରିଥିଲା । ଫାଶୀ ଦେଇ ବିଚାରପତି ବିହାରୀ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି ।

ଗତ ଦେଢ ବର୍ଷ ତଳେ ବିଚାରପତି ସୁବାସ ବିହାରୀ କଟକ ପୋସ୍କୋ ଅଦାଲତରେ ଯୋଗ ଦେଇଥିଲେ । ଜଣେ ମେଳାପି ଏବଂ କର୍ତ୍ତବ୍ୟନିଷ୍ଠ ବିଚାରପତି ଭାବେ ତାଙ୍କର ସୁଖ୍ୟାତି ଥିଲା । ତେବେ ଗତ ଦୁଇ ଦିନ ଧରି ସେ ମାନସିକ ଅବସରରେ ରହୁଥିଲେ ବୋଲି କହିଛନ୍ତି ପୋସ୍କୋ ଅଦାଲତର ସରକାରୀ ଓକିଲ ।

Related Articles

Back to top button