
ତାତିରେ ଅସ୍ତବ୍ୟସ୍ତ ରାଜ୍ୟବାସୀ: ଝାରସୁଗୁଡ଼ାରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ
ଆଜି ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ଥିଲା । ଯାହାର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି । ସମ୍ବଲପୁର ୪୦.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ହରାକୁଦ ୩୯.୯, ରାଉରକେଲା ୩୮.୬ ଏବଂ ଭୁବନେଶ୍ୱର ତାପମାତ୍ରା ୩୬.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ରହୁଥିବାବେଳେ ଉତ୍ତର ଓଡିଶାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ପାଖାପାଖି ରହୁଛି । ଖରାର ପ୍ରକୋପ ଏତେ ବଢ଼ିବାରେ ଲାଗିଛି ଯେ, ଲେକ ୧୦ଟା ପରେ ବାହାରକୁ ବାହାରିବାକୁ ରାଜି ହେଉ ନାହାନ୍ତି ।ସେହିପରି କାଲିଠାରୁ ଓଡ଼ିଶାରେ କାଳବୈଶାଖୀ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।