ଓଡ଼ିଶାରେ ଖୋଲିବ ଏନଆଇଏ ବ୍ରାଞ୍ଚ

ଭୁବନେଶ୍ୱର: ଆଗକୁ ରାଜ୍ୟରେ ଆତଙ୍କବାଦୀ ଓ ମାଓବାଦୀଙ୍କ ଆକ୍ରମଣ ଉପରେ ଲାଗିବ ରୋକ୍ । ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଏକ ବ୍ରାଞ୍ଚ ଓଡ଼ିଶାରେ ଖୋଲିବାକୁ ଯାଉଛି । ଏହି ଶାଖାର ପରିସୀମା ଓଡ଼ିଶା ସମେତ କିଛି ପଡ଼ୋଶୀ ରାଜ୍ୟରେ ରହିବ । ରାଜ୍ୟରେ ଶାଖା ଖୋଲିବା ନେଇ ପୂର୍ବରୁ ଏନଆଇଏ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ।

ତେବେ ଏକ ସୂତ୍ର ମୁତାବକ, ରାଜ୍ୟରେ ଶାଖା ଖୋଲିବା ପାଇଁ ଏହି କେନ୍ଦ୍ରୀୟ ସଂସ୍ଥା ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛିି । ଏନେଇ ନିକଟରେ ଏନଆଇଏର ଏକ ଟିମ୍ ରାଜଧାନୀ ଭୁବନେଶ୍ୱର ଗସ୍ତ କରି ରାଜ୍ୟ ଗୃହ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏଥିସହିତ ବେଆଇନ କାର୍ଯ୍ୟକଳାପ ଓ ମାଓବାଦୀ ସମସ୍ୟା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା । ତେବେ ଓଡ଼ିଶାରେ ଶାଖା ଖୋଲିବା ବିଭିନ୍ନ ଦୃଷ୍ଟିକୋଣରୁ ଜରୁରୀ । ଆଗକୁ ଆଉ ଏକ ବୈଠକ ବସିବ ବୋଲି ଜଣାପଡ଼ିଛି ।

ଏନଆଇଏର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ମାଓବାଦୀଙ୍କୁ ସକ୍ରିୟ କରିବା ପାଇଁ ଆତଙ୍କବାଦୀ ସଂଗଠନ ଲକ୍ଷ୍ୟ ରଖିଛନ୍ତି । ତେଣୁ ରାଜ୍ୟରେ ଶାଖା ଖୋଲିଲେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣରେ ଲାଗିବ ରୋକ । ଏନେଇ ସୂଚନା ମିଳିବା ପରେ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀମାନେ ରାଜ୍ୟକୁ ବାରମ୍ବାର ଆସି ତଦନ୍ତ କରୁଥିବା ଜଣାପଡ଼ିଛି । ଏହି ଶାଖା କୋଲକାତାରେ ରହିଥିବାରୁ ତଦନ୍ତ କ୍ଷେତ୍ରରେ ତାହା ବାଧା ସୃଷ୍ଟି କରୁଛି । କେବଳ ଆତଙ୍କବାଦ କି ମାଓବାଦ ନୁହେଁ, ଅନେକ ସମୟରେ ଶତ୍ରୁଦେଶକୁ ତଥ୍ୟ ପ୍ରଦାନ କରୁଥିବା ନେଇ ଅନେକ ସନ୍ଦିଗ୍ଧ ଓଡ଼ିଶାରୁ ଠାବ ହେଉଥିବା ଦେଖାଯାଉଛି ।

Related Articles

Back to top button