ରାଜ୍ୟର ୮ ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ, ସୁନ୍ଦରଗଡ଼ କିରେଇରେ ସର୍ବନିମ୍ନ ୧୧.୫ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ପାରଦ ଖସୁଛି । ବିଶେଷକରି ରାତି ତାପମାତ୍ରା ହ୍ରାସ ପାଇଛି । ଆଜି ରାଜ୍ୟର ୮ ସହରର ରାତି ତାପମାତ୍ର ୧୫ ଡିଗ୍ରୀ ତଳେ ରହିଥିବା ବେଳେ ସବୁଠୁ ଥଣ୍ଡା ସହର ହେଉଛି କୋରାପୁଟ ଜିଲ୍ଲାର ସିମିଳିଗୁଡ଼ା । ସେଠାରେ ସର୍ବନିମ୍ନ ରାତି ତାପମାତ୍ରା ୧୧.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିଭଳି ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ, କୋରାପୁଟରେ ୧୧.୬ ଡିଗ୍ରୀ, କନ୍ଧମାଳର ଘୁ.ଉଦୟଗିରିରେ ୧୨ ଡିଗ୍ରୀ, ଫୁଲବାଣୀ ଏବଂ ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରୀ, ସୋନପୁରରେ ୧୪.୨ ଡିଗ୍ରୀ, ଭବାନୀପାଟଣାରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୯.୪ ଡିଗ୍ରୀ ଥିବାବେଳେ କଟକରେ ୨୦ ଡିଗ୍ରୀ ରହିଛି ।

Related Articles

Back to top button