ଉପକୂଳ ଓଡ଼ିଶାରେ ଅହେତୁକ ବଢିବ ରାତିର ତାପମାତ୍ରା।
ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି ତାପମାତ୍ରା। ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ। ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଗରମ ମଧ୍ୟ ଅନୁଭବ ହେବ। ତେବେ ବିଶେଷ କରି ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ଦିନ ତାପମାତ୍ରା। ଉପକୂଳ ଓଡ଼ିଶାରେ ଅହେତୁକ ବଢିବ ରାତିର ତାପମାତ୍ରା। ମେଘମୁକ୍ତ ଆକାଶ ପାଇଁ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତାପମାତ୍ରା ବୃଦ୍ଧି ସହ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡି କରିବ ଅସ୍ତବ୍ୟସ୍ତ କରିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ରାଜ୍ୟରେ ଘନ କୁହୁଡ଼ିକୁ ନେଇ ସତର୍କତାର ସହିତ ଗାଡି ଚାଲଇବାକୁ ଚାଳକଙ୍କୁ ନିର୍ଦେଶ ଦେଇଛି ପାଣିପାଗ କେନ୍ଦ୍ର।