ହନିଟ୍ରାପ୍‌ରେ ଫସାଇ ୩୦ ଲକ୍ଷ ଲୁଟ୍‌ ଘଟଣା, ଦିଲ୍ଲୀରୁ ନାଇଜେରିଆନ୍‌ ଦମ୍ପତିଙ୍କୁ ଗିରଫ କଲା ବାଲେଶ୍ୱର ପୋଲିସ୍‌

ବାଲେଶ୍ୱର: ଜଣେ ସରକାରୀ ବାବୁଙ୍କୁ ହନିଟ୍ରାପରେ ଫସାଇ ୩୦ ଲକ୍ଷ ଟଙ୍କା ଲୁଟ ଘଟଣାରେ ଆଉ ଦୁଇଜଣ ଗିରଫ । ଦୁହେଁ ସ୍ୱାମୀ-ସ୍ତ୍ରୀ ହୋଇଥିବା ଜଣାପଡ଼ିଛି । ଉଭୟଙ୍କୁ ବାଲେଶ୍ୱର ସାଇବର ପୋଲିସ ଗିରଫ କରିଛି । ୬ ଅଗଷ୍ଟରେ ନାଇଜେରିଆର ଜଣେ ଅଭିଯୁକ୍ତ ସାମସନ୍ ଏମେକେ ଅଲିକା (୩୯)କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରିଥିଲା ପୋଲିସ । ଉକ୍ତ ମାମଲାର ଅଧିକ ଅନୁସନ୍ଧାନରେ, ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିଛି ସାଇବର ପୋଲିସ।

ଗିରଫ ବ୍ୟକ୍ତି ହେଲେ ଏମାଉନେଲ ନାମମାନି କେଲଭିନ ଓଟୁସୋରୋ ନାମନା ଓ ପତ୍ନୀ ଟି.ସୁଚିମ ଟିଖୀର । ଉଭୟଙ୍କୁ ଦିଲ୍ଲୀର ଏକ ଘରୁ ଗିରଫ କରାଯାଇଛି।  ଏମାନଙ୍କ ନିକଟରୁ ୨ଟି  ଲାପଟପ୍, ଗୋଟାଏ ହୁଣ୍ଡାଇ I20 କାର୍, ଗୋଟିଏ ଡଙ୍ଗଲ୍, ଦୁଇଟି ନକଲି ପାସପୋର୍ଟ, ଗୋଟିଏ SBI ପାସବୁକ୍,  ୨ ଟି ସୁନା ଚେନ , ୭ଟି ମୋବାଇଲ ଫୋନ ଜବତ କରାଯାଇଛି ।

Related Articles

Back to top button