
ରଥଯାତ୍ରା ପାଇଁ ଚଳଚଞ୍ଚଳ ନୀଳଗିରି, ଲାଗିଛି ଭକ୍ତଙ୍କ ଭିଡ଼
ନୀଳଗିରି: ରଥଯାତ୍ରା ପାଇଁ ଚଳଚଞ୍ଚଳ ନୀଳଗିରି । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ତିନିଦିନ ଧରି ନିଆରା ଢ଼ଙ୍ଗରେ ରଥଯାତ୍ରା ପାଳନ ହୋଇଥାଏ। ଶୁକ୍ରବାର ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ହୋଇ ରଥାରୂଢ ପରେ ଶନିବାର ରଥଟଣା ହୋଇଥିଲା । ଏବେ ଅଧରାସ୍ତାରେ ଅଟକି ରହିଛନ୍ତି ମହାପ୍ରଭୁ। ପରମ୍ପରା ଅନୁସାରେ ରବିବାର ପୁଣି ରଥଟଣା ହୋଇ ଜନ୍ମବେଦିରେ ପହଞ୍ଚିବେ ତିନିଠାକୁର। ସକାଳୁ ସକାଳୁ ଭକ୍ତମାନେ ରଥ ଉପରକୁ ଯାଇ ପୁଜାର୍ଚନା କରିଛନ୍ତି।