ନବୀନଙ୍କୁ ଭେଟିଲେ ନୀତିଶ: ପୁରୀରେ ହେବ ବିହାର ଭବନ

ଭୁବନେଶ୍ୱର: ରୁଦ୍ଧଦ୍ୱାର ବୈଠକରେ ସରିଲା ନବୀନ-ନୀତୀଶ ଆଲୋଚନା। ନୀତୀଶ କୁମାରଙ୍କ ସହିତ ନବୀନଙ୍କ ଆଲୋଚନା ସରିଛି। ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ଉଭୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଦୀର୍ଘ ଦେଢ଼ ଘଣ୍ଟା ଧରି ବାର୍ତ୍ତାଳାପ ସରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ଆଲୋଚନାରେ କୌଣସି ରାଜନୈତିକ ବିଷୟବସ୍ତୁ ଉପରେ କୌଣସି ଆଲୋଚନା ହୋଇ ନାହିଁ। ଯେହେତୁ ତାଙ୍କର ବିହାର ମୁଖ୍ୟମନ୍ତ୍ରୀଙ୍କ ସହିତ ଘନିଷ୍ଠ ସମ୍ପର୍କ ରହି ଆସିଛି। ତେଣୁ ଏଥିରେ ସ୍ୱାସ୍ଥ୍ୟ ଏବଂ କିଛି ବ୍ୟକ୍ତିଗତ ଆଲୋଚନା କରାଯାଇଛି ।

ଏହା ସହିତ ବହୁଦିନ ହେବ ବିହାରରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ପୁରୀରେ ରହଣ ପାଇଁ କୌଣସି ସେଭଳି ବନ୍ଦୋବସ୍ତ ନଥିବାରୁ ପୁରୀରେ ଏକ ବିହାର ଭବନ ନିର୍ମାଣ କରିବା ପାଇଁ ଓଡିଶା ସରକାର ବିନା ମୁଲ୍ୟରେ ଦେଢ଼ ଏକରର ଜମି ପ୍ରଦାନ କରିଛନ୍ତି । ତେବେ ଏହା ବ୍ୟତିତ ନୀତୀଶ କହିଛନ୍ତି ବହୁ ଦିନ ହେବ ମୋ ନବୀନ ବାବୁଙ୍କ ସହିତ ସାକ୍ଷାତକାର ହୋଇ ପାରୁ ନଥିଲା। ଏହା ପରେ କରୋନା ମଧ୍ୟ ସାରା ଦେଶକୁ ଗ୍ରାସ କରିଥିଲା । ଯାହାର କାରଣ ସ୍ୱରୁପ ସେ ସାକ୍ଷାତ କରିବାକୁ ଇଚ୍ଛା କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା। ଯାହା କାରଣରୁ ସେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । କିନ୍ତୁ ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ନୀତୀଶଙ୍କ ଗସ୍ତ ପଛରେ କିଛି ରାଜନୈତିକ କାରଣ ଥାଇପାରେ ତେବେ ଏହା ଉପରେ ଦୁଇ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତି ।

Related Articles

Back to top button