ରାଜ୍ୟରେ ବର୍ତ୍ତମାନ ଏଚଏମପିଭିର କୌଣସି ସୂଚନା ନାହିଁ : ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର
ଖୋର୍ଦ୍ଧା ଜିଲ୍ଲା କାଇପଦରୁ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ରାଜ୍ୟରେ ବର୍ତ୍ତମାନ ଏଚଏମପିଭିର କୌଣସି ସୂଚନା ନାହିଁ ବୋଲି କହିଛନ୍ତି ଡାକ୍ତର ମିଶ୍ର । ଏ ନେଇ କୌଣସି ରିପୋର୍ଟ ଆସି ନାହିଁ ବୋଲି ସେ କହିଛନ୍ତି । ବିଭିନ୍ନ ସମୟରେ ଥଣ୍ଡା ଜ୍ୱର ନେଇ ରକ୍ତ ନମୂନା ପରୀକ୍ଷା ହୋଇଥାଏ । ରାଜ୍ୟରେ ଥଣ୍ଡା ଜ୍ୱର ରୋଗୀ ସଂଖ୍ୟା ମଧ୍ୟ ବଢ଼ି ନାହିଁ । ତେଣୁ ଏଚଏମଭିକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ସାଧାରଣଭାବେ ଏଥିରେ ଥଣ୍ଡା, ଜ୍ୱର, କାଶ ହୋଇଥାଏ । ସେଥିରେ ସାଧାରଣ ପରି ଚିକିତ୍ସା ହୋଇଥାଏ । ପ୍ରତି ବର୍ଷ ଶୀତ ଋତୁରେ ସମୟରେ ଥଣ୍ଡା କାଶ ହୋଇଥାଏ । ଏ ବର୍ଷ ମଧ୍ୟ ରୋଗୀ ଅଛନ୍ତି । କିନ୍ତୁ ବର୍ଷ ତୁଳନାରେ ରୋଗୀଙ୍କ ସଂଖ୍ୟା କମ୍ ରହିଛି । ଯଦି ରୋଗୀ ବଢ଼ନ୍ତି ତେବେ ଆମେ ପଦକ୍ଷେପ ଗ୍ରହଣ କରିବୁ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।