
ରଥ ଉପରେ ମୋବାଇଲ ମନା : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଡପମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି । ଜନ୍ମବେଦୀକୁ ପ୍ରଭୁ ବଳଭଦ୍ର ପହଣ୍ଡି ହୋଇ ଯାଉଥିବା ସମୟରେ ଘଟିଯାଇଥିବା ଅଘଟଣ ସମସ୍ତଙ୍କୁ ମର୍ମାହତ କରିଛି । ଏହି ଅଘଟଣକୁ ନେଇ ଅରବିନ୍ଦ ପାଢ଼ୀ କହିଛନ୍ତି, ଏହି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ। ଅଣସେବାୟତ ରଥ ଉପରେ ମୋବାଇଲ ନେଉଥିବା ପରିଲକ୍ଷିତ ହେଉଛି। ଏଭଳି ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ହେଉଛି ପ୍ରାଥମିକତା। ସମସ୍ତ ନିଯୋଗ ସହ ବୈଠକ କରାଯିବ । ଏପରି ଅଣସେବାୟତଙ୍କୁ ଚେତାବନୀ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବ୍ୟବସ୍ଥାବଳୀ ଅନୁଯାୟୀ ରଥ ଉପରେ ରହିବେ ଅଧିକୃତ ସେବକ। ରଥ ଉପରେ ମୋବାଇଲ ମନା । ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ଏପରି କଡା ଚେତାବନୀ ଦେଇଛନ୍ତି ଅରବିନ୍ଦ ପାଢ଼ୀ ।