
ଶ୍ରୀମନ୍ଦିରରେ ଡ୍ୟୁଟି ବେଳେ କୌଣସି ପୋଲିସ କର୍ମଚାରୀ ସ୍ମାର୍ଟଫୋନ୍ ବ୍ୟବହାର କରିବେ ନାହିଁ
ପୁରୀ: ଶ୍ରୀମନ୍ଦିରରେ ଡ୍ୟୁଟି ବେଳେ କୌଣସି ପୋଲିସ କର୍ମଚାରୀ ସ୍ମାର୍ଟଫୋନ୍ ଧରିବେ ନାହିଁ । ଏନେଇ ଆଜି ପୁରୀ ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି । କୌଣସି ପୋଲିସ ଅଧିକାରୀ ମଧ୍ୟ ଶ୍ରୀମନ୍ଦିରରେ ଡ୍ୟୁଟି ବେଳେ ସ୍ମାର୍ଟଫୋନ୍ ଧରିବେ ନାହିଁ ।
ହୋମ୍ଗାର୍ଡ, OSAP ଯବାନଙ୍କ ସହ ପୋଲିସ କର୍ମଚାରୀଙ୍କୁ ପୁରୀ ଏସପି ବାରଣ କରିଛନ୍ତି । କେବଳ ବରିଷ୍ଠ ଅଧିକାରୀ ମୋବାଇଲ୍ ନେଇ ପାରିବେ । ସୋସିଆଲ୍ ମିଡିଆରେ ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତର ଫଟୋ, ଭିଡିଓ ଭାଇରାଲ୍ ହେଉଥିବାରୁ ଏଭଳି ପଦକ୍ଷେପ ନିଆ ଯାଇଥିବା ଜଣା ପଡ଼ିଛି ।