ବିଦ୍ୟୁତ କାଟ ନ କରିବା ପାଇଁ ରାଜ୍ୟ ସରକାର ଓ ଗ୍ରୀଡକୋ ପକ୍ଷରୁ ଏକ ସ୍ପେଶାଲ ପ୍ଲାନ୍

ନୂଆଦିଲ୍ଲୀ: ଆଗକୁ ଯଦି ବାତ୍ୟା କି ପ୍ରାକୃତିକ ଦୁର୍ବିପାକ ନହୁଏ ତେବେରାଜଧାନୀ ଭୁବନେଶ୍ୱର ବାସୀଙ୍କ ପାଇଁ ବିଜୁଳି ସରବରାହ ଅବ୍ୟାହତ ରହିବ । କୋଭିଡ୍ ପରେ ବିଭିନ୍ନ ଶିଳ୍ପ ଓ କଳକାରଖାନାମାନଙ୍କରେ ଉତ୍ପାଦନ ବୃଦ୍ଧି ହୋଇଥିବାରୁ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ବିଦ୍ୟୁତ ଚାହିଦା ୨୦ ପ୍ରତିଶତ ବଢ଼ିବାର ସମ୍ଭାବନା ରହିଛି । ତେଣୁ ଏଭଳି ସ୍ଥିତିରେ ବିଦ୍ୟୁତ କଟ ନକରିବା ପାଇଁ ରାଜ୍ୟ ସରକାର ଓ ଗ୍ରୀଡକୋ ପକ୍ଷରୁ ଏକ ସ୍ପେଶାଲ ପ୍ଲାନ୍ ପ୍ରସ୍ତୁତ କରାଯାଇଛି ।

ସୂଚନା ମୁତାବକ, ଲୋକଙ୍କୁ କିପରି ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ସେବା ମିଳିବ ସେନେଇ ଶକ୍ତି ବିଭାଗ ଓ ଗ୍ରୀଡକୋ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ପିକ୍ ଆୱାରରେ ଚାହିଦା ମେଣ୍ଟାଇବା ପାଇଁ ୪୦୦-୪୫୦ ମେଗାୱାଟ ବିଦ୍ୟୁତ ଜଳବିଦ୍ୟୁତରୁ ଆସୁଥିବା ବେଳେ ଏଥର ୬୦୦-୬୫୦ ମେଗାୱାଟ ଆଣିବାକୁ ପଦକ୍ଷେପ ନିଆଯାଇଛି । ସେଥିପାଇଁ ହାଇଡ୍ରୋ ପାୱାର ଷ୍ଟେସନରେ ପର୍ଯ୍ୟାପ୍ତ ମାତ୍ରାରେ ଜଳ ରଖାଯାଇଛି । ଏଥିସହିତ ବଣ୍ଟନ କମ୍ପାନୀ ଓ ଉତ୍ପାଦନ କମ୍ପାନୀମାନଙ୍କୁ ସେମାନଙ୍କର ନେଟୱାର୍କକୁ ଠିକ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button