ବାହାନଗା ରେଳ ଷ୍ଟେସନରେ ଏବେ ଅଟକିବ ନାହିଁ କୌଣସି ଟ୍ରେନ୍

ଭୁବନେଶ୍ୱର : ଏବେ ବାହାନଗା ବଜାର ରେଳ ଷ୍ଟେସନକୁ ଏକ ପ୍ରକାର ବାସନ୍ଦ କରାଯାଇଛି ବୋଲି କହି ପାରିବା । ଏହାର କାରଣ ତେନ୍ତୁଳୀ ବୃକ୍ଷର ଭୂତ ନୁହେଁ, ବରଂ ତଦନ୍ତ ପାଇଁ ଟ୍ରେନ୍ ଷ୍ଟପେଜ୍ ବନ୍ଦ କରାଯାଇଛି ବୋଲି ସୂଚନା ମିଳିଛି ।

ବାଲେଶ୍ୱର ବାହାନଗା ବଜାର ରେଳ ଷ୍ଟେସନରେ ଏବେ କୌଣସି ଟ୍ରେନ୍ ଅଟକିବ ନାହିଁ । ଦୁର୍ଘଟଣାସ୍ଥଳରେ ତଦନ୍ତ ଚାଲୁଥିବାରୁ ସେଠାରେ କୌଣସି ଟ୍ରେନ୍ ଅଟକିବ ନାହିଁ । ମାଲବାହୀ, ମେମୁ ଓ ପାସେଞ୍ଜର ଟ୍ରେନ୍ ମଧ୍ୟରୁ କୌଣସି ଟ୍ରେନ୍ ବାହାନଗା ବଜାର ରେଳ ଷ୍ଟେସନରେ ଅଟକିବ ନାହିଁ । ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ ଏହି ନିଷ୍ପତ୍ତି ନିିଆଯାଇଛି । ପରବର୍ତ୍ତୀ ନୋଟିସକୁ ଅପେକ୍ଷା କରଯାଇଛି । ପରବର୍ତ୍ତୀ ନୋଟିସ୍ ଆସିବା ପର୍ଯ୍ୟନ୍ତ ସେଠାରେ କୌଣସି ଟ୍ରେନ୍ ଅଟକିବ ନାହିଁ । ଏନେଇ ଦକ୍ଷିଣ ପୂର୍ବ ରେଳତଟ ସିପିଆରଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି ।

Related Articles

Back to top button