ଶ୍ରୀମନ୍ଦିରର ଗୁମୁଟ ଭିତରକୁ ପଶିଗଲେ ଅଣହିନ୍ଦୁ ।

ଶ୍ରୀମନ୍ଦିରର ସବୁ ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ମନ୍ଦିରର ଗୁମୁଟ ଭିତରକୁ ପଶିଗଲେ ଅଣହିନ୍ଦୁ । ଉକ୍ତ ଅଣହିନ୍ଦୁ ଜଣଙ୍କ ଚାଇନିଜ ଭାଷାରେ କଥାବାର୍ତ୍ତା କରୁଥିବା ବେଳେ ଶ୍ରୀମନ୍ଦିର ପୁଲିସକୁ ଚ୍ୟାଲେଞ୍ଜ କରି ଲୋକଙ୍କ ଭିଡ ଭିତରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ତେବେ ମହିଳା ଜଣଙ୍କ ସିଂହଦ୍ୱାର ମଧ୍ୟଦେଇ ଗୁମୁଟ ମଧ୍ୟକୁ ପ୍ରବେଶ କରିଥିବା ବେଳେ ଶ୍ରୀଜଗନ୍ନାଥ ଟେମ୍ପୁଲ ପୁଲିସ ଉକ୍ତ ମହିଳାଙ୍କୁ ମନ୍ଦିର ଭିତରୁ ବାହାରକୁ ଆଣିଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ବାହାରକୁ ଆସୁଥିବା ବେଳେ ମହିଳା ଜଣକ ପୁଲିସକୁ ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ପରେ ମହିଳା ଜଣଙ୍କୁ ପୁଲିସର ଅସ୍ଥାୟୀ କ୍ୟାମ୍ପକୁ ନିଆଯାଇଥିଲା । ତଦନ୍ତ କରିବା ପରେ ମହିଳାଙ୍କୁ ବ୍ୟାରିକେଡ୍ ବାହାରକୁ ଛାଡିଦିଆଯାଇଥିଲା ।

Related Articles

Back to top button