ପୁରୀରେ ଥିବା ଅନ୍ୟ ଧର୍ମଶାଳାରେ ଶିବିରରେ ରହିବେ ଅଣ ପଞ୍ଜିକୃତ ହବିଷ୍ୟାଳୀ

ଦୁଇ ଦିନ ବାହାରେ ରହିବା ପରେ ଶେଷରେ ଅଣ ପଞ୍ଜିକୃତ ହବିଷ୍ୟାଳୀମାନଙ୍କୁ ଥଇଥାନ କରାଯାଇଛି । ପୁରୀରେ ଥିବା ଅନ୍ୟ ଧର୍ମଶାଳାରେ ଶିବିରରେ ହବିଷ୍ୟାଳୀଙ୍କୁ ରଖାଯାଇଛି । ପଞ୍ଜିକୃତ କରିଥିବା ହବିଷ୍ୟାଳୀମାନେ ନ ଆସିବାରୁ ଅନ୍ୟ ବ୍ରତଧାରୀଙ୍କୁ ହବିଷ୍ୟାଳୀ ଶିବିରରେ ରଖାଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ।

କାର୍ତ୍ତିକରେ ବ୍ରତଧାରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ଅନଲାଇନ ପଞ୍ଜିକରଣ କରାଯାଇଥିଲା । ଯେଉଁମାନେ ପଞ୍ଜୀକରଣ କରିଥିଲେ ସେମାନଙ୍କୁ ବୃନ୍ଦାବତୀ ନିବାସ, ବାଗେଲା,ଅକ୍ଷୟ ପାତ୍ର ଓ ମୋଚି ସାହି କଲ୍ୟାଣ ମଣ୍ଡପରେ କରାଯାଇଥିବା ଶିବିରରେ ରଖାଯାଇଥିଲା । ମାତ୍ର ଗତକାଲିଠାରୁ କିଛି ହବିଷ୍ୟାଳୀ ପଞ୍ଜିକରଣ ନ କରି ଶିବିରରେ ପହଁଚି ଯାଇଥିଲେ । କିନ୍ତୁ ସେମାନଙ୍କୁ ରହିବାକୁ ଅନୁମିତ ମିଳି ନ ଥିଲା । ସେଥିପାଇଁ ବ୍ରତଧାରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ । ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଶିବିରରେ ପହଁଚି ମାଆ ମାନଙ୍କୁ ବୁଝା ସୁଝା କରିଥିଲେ । ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ୟ ଧର୍ମଶାଳାରେ ବ୍ରତଧାରୀଙ୍କୁ ପଞ୍ଜିକରଣ କରାଯାଇ ଥଇଥାନ କରାଯାଇଛି । ଏହା ସହିତ ଆଗାମୀ ଦିନରେ ଅନ୍ୟ ଶିବିର ଗୁଡ଼ିକରେ ବେଡ୍ ଖାଲି ହେଲେ ଧର୍ମଶାଳାରୁ ବ୍ରତଧାରୀଙ୍କୁ ଧିରେ ଧିରେ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ।

Related Articles

Back to top button