ଡିସେମ୍ୱର ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ: ପ୍ରକାଶ ପାଇଲା ବିଜ୍ଞପ୍ତି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଲା । ଡିସେମ୍ୱର ୫ ତାରିଖରେ ପଦ୍ମପୁର ବିଧାନସଭା ପାଇଁ ଉପନିର୍ବାଚନ ହେବ । ଡିସେମ୍ୱର ୮ ତାରିଖରେ ଭୋଟ୍ ଗଣତି ହେବ ।

ଏନେଇ ପୂର୍ବରୁ ଭାରତୀୟ ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ । ୧୦ତାରିଖରେ ବିଜ୍ଞପ୍ତି, ୧୭ ତାରିଖରେ ନାମାଙ୍କନ ଦାଖଲ, ୧୮ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ଡିସେମ୍ୱର ୫ ତାରିଖରେ ଭୋଟ୍ ଓ ୮ ତାରିଖରେ ଭୋଟ୍ ଗଣତି ହେବ । ଡିସେମ୍ୱର ୧୦ ତାରିଖ ସୁଦ୍ଧା ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ । ଇସିଆଇଙ୍କ ଘୋଷଣା ଅନୁସାରେ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ବରିହା ଙ୍କ ମୃତ୍ୟୁ ପରେ ଏହି ଆସନ ଖାଲିରହିଛି । ଏଠାରେ ବିଜୟ ବରିହାଙ୍କ ପତ୍ନୀ ତିଲୋତ୍ତମା ବରିହା, ବିଜେପିରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ କିମ୍ବା ପ୍ରକାଶ ତ୍ରିପାଠୀ ପ୍ରାର୍ଥୀ ହୋଇପାରନ୍ତି ।

Related Articles

Back to top button