
ରାଜସ୍ବ ସେବା ପାଇଁ ଆସିଲା ଇ-ରେଜିଷ୍ଟ୍ରେସନ ଆପ୍।
ଏଣିକି ମୋବାଇଲ୍ ଫୋନରେ ମିଳିବ ସମସ୍ତ ରାଜସ୍ଵ ସେବା। ରାଜସ୍ବ ସେବା ପାଇଁ ଆସିଲା ଇ-ରେଜିଷ୍ଟ୍ରେସନ ଆପ୍। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ବ ସେବା ପାଇଁ ଉଦ୍ଦିଷ୍ଟ ଇ-ରେଜିଷ୍ଟେସନ ଆପ୍ର ଉନ୍ମୋଚନ କରିଛନ୍ତି। ଛୋଟ ଛୋଟ କାମ ପାଇଁ ଆଉ ରାଜସ୍ୱ କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି। ଘରେ ବସି ଲୋକେ ସମସ୍ତ ରାଜସ୍ଵ ସଂକ୍ରାନ୍ତ ସୁବିଧା ପାଇପାରିବେ।ଏହି ଆପ୍ ଦ୍ଵାରା ଏବେ ରାଜସ୍ଵ ସଂକ୍ରାନ୍ତ ବିଭିନ୍ନ ଜାଗଜପତ୍ର ଘରେ ବସି ଅନ୍ଲାଇନ୍ରେ ଡାଉନ୍ଲୋଡ୍ କରିହେବ। ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଙ୍ଗ୍, ସାର୍ଟିଫାଏଡ୍ କପି ଓ ଇସି ପାଇଁ ଆବେଦନ କରିହେବ। ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ମଧ୍ୟ ଜାଣିହେବ। ଏହି ଆପ୍ରେ ସବ୍ ରେଜିଷ୍ଟ୍ରର କାର୍ଯ୍ୟାଳୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିପାରିବ।