![](https://abhigam.com/wp-content/uploads/2024/12/Screenshot_2024-12-21-20-22-49-39_680d03679600f7af0b4c700c6b270fe7.jpg)
ପ୍ରତି ମାସରେ ହିତାଧିକାରୀଙ୍କୁ ମିଳିବ ରାସନ
ଏଥର ଆଉ ୩ ମାସରେ ଥରେ ନୁହେଁ, ପ୍ରତି ମାସରେ ହିତାଧିକାରୀଙ୍କୁ ମିଳିବ ରାସନ। ଏନେଇ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ତେବେ ନୂଆ ବର୍ଷରୁ ଏହି ନୂଆ ନିୟମ ଲାଗୁ କରାଯିବ ।ସୂଚନାଯୋଗ୍ୟ ପୂର୍ବରୁ ଏକାସାଙ୍ଗରେ ୩ ମାସର ରାସନ ଡିଲରଙ୍କ ପାଖରେ ମହଜୁଦ ରହୁଥିଲା। ଯାହାର ଅପବ୍ୟବହାର କରାଯାଉଥିଲା। ଏପରିକି ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଣୁ ସରକାର ପ୍ରତି ମାସରେ ରାସନ ଦେବାକୁ ନିଷ୍ପତ୍ତି ନେଇଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି।