ରାତିରେ ଆଉ ଉଡିବନି ବିମାନ

ଏବେ ରାତିରେ ଆଉ ଉଡିବନି ବିମାନ । ରାତିରେ ପ୍ରାୟେ ୮ ଘଣ୍ଟା ବନ୍ଦ ରହିବ ଭୁବନେଶ୍ବର ବିମାନ ବନ୍ଦର। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ବିମାନ ଅବତରଣ ପାଇଁ କ୍ୟାଟ୍-୨ ଲାଇଟିଂର ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ସୂଚନ ମିଳିଛି । ଏଥିପାଇଁ ଆସନ୍ତା ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ରାତିରେ ପ୍ରାୟେ ୮ ଘଣ୍ଟା ବିମାନ ଚଳାଚଳ ବନ୍ଦ ରଖାଯିବ।

ଏହି ସମୟରେ ରନୱେ ରିକାର୍ପେଟିଂ କାମ ମଧ୍ୟ ସମ୍ପାଦିତ ହେବ। ବର୍ତ୍ତମାନ ବିମାନବନ୍ଦରରେ କ୍ୟାଟ୍-୩ ଲାଇଟିଂ ବ୍ୟବସ୍ଥା ରହିଛି । କିନ୍ତୁ ଆଗାମୀ ଦିନରେ ବିମାନବନ୍ଦରରେ କ୍ୟାଟ-୨ ଏୟାରଫିଲ୍ଡ ଲାଇଟିଂ ବ୍ୟବସ୍ଥା ଆରମ୍ଭ କରାଯିବ। ଏହି ଲାଇଟିଂ ବ୍ୟବସ୍ଥାରେ ୧୯ କୋଟି ତାଙ୍କ ବ୍ୟୟ କରାଯିବ ବୋଲି ଖବର ଆସିଛି । ଆସନ୍ତା ମାସ ଅକ୍ଟୋବରର ପ୍ରଥମ ସପ୍ତାହରୁ କାମ ଆରମ୍ଭ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ସେହିପରି ୭୨ କୋଟି ଟଙ୍କା ବ୍ୟୟରେ ରନୱେ ମରାମତି କାମ ମଧ୍ୟ ଆରମ୍ଭ ହେବ । ଲାଇଟିଂ ସରଞ୍ଜାମ ଖଞ୍ଜିବା ଏବଂ ରନୱେ ମରାମତି ପାଇଁ ରାତି ୧୦ରୁ ସକାଳ ୭ଟା ପର୍ଯ୍ୟନ୍ତ କିମ୍ବା ରାତି ୧୧ରୁ ସକାଳ ୮ଟା ପର୍ଯ୍ୟନ୍ତ ଭୁବନେଶ୍ବର ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ ରଖାଯିବ ବୋଲି ଏ .ଏ .ଆଇ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button