ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ମାଡି ଆସୁଛି ସାମୁଦ୍ରିକ ଝଡ ହିନିମନୋର

ଟୋକିଓ: ଚଳିତ ବର୍ଷରୁ ସବୁଠାରୁ ବଡ ବାତ୍ୟା ଚୀନ ସାଗରରେ ସୃଷ୍ଟି ହୋଇଛି । ଏହା ସମୁଦ୍ର ମଧ୍ୟରେ ବଳ ଗୋଟାଇବା ଆରମ୍ଭ କରିଛି । ବୁଧବାର ୟୁଏସ ଜଂଏଟ ଟାଇଫୁନ ୱାର୍ଣ୍ଣିଂ ସେଂଟର ଜାରୀ ବୁଲେଟିନ ଅନୁସାରେ ଏହା ଏବେ ୨୫୭ କିଲୋମିଟର ବେଗରେ ମାଡି ଆସୁଛି । ଏହା ୩୦୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଏହି ଝଡ ବେଡେ ଜାପାନର ଦକ୍ଷିଣ ଦ୍ୱୀପ ଆଡକୁ ଗତି କରୁଛି । ଚୀନର ପୂର୍ବ ଉପକୂଳ ଏବଂ ଜାପାନରେ ଏହା ବ୍ୟାପକ କ୍ଷତି କରିପାରେ । ଜାପାନର ଓକିନାୱାଠାରୁ ଏବେ ଏହା ୨୩୦ କିଲୋମିଟର ଦୂରରେ ରହିଛି ।

ସ୍ଥଳଭାଗ ନିକଟତର ହେଲା ବେଳକୁ ଏହାର ଗତ ନ କମିଲେ ୫୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଲହରୀ ଆସିପାରେ । ସେହିପରି ୨୦୦ରୁ ୩୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଯାହାକି ବନ୍ୟା ବିପତିକୁ ଡାକି ଆଣିପାରେ । ତେବେ କେତେକ ଗବେଷକଙ୍କ ଅନୁସାରେ ଅଗଷ୍ଟରେ ୨ ଥର ଜାପାନରେ ବଡ ବାତ୍ୟା ଆସିଛି । ଏହି ସାମୁଦ୍ରିକ ଝଡ ଧିରେ ଧିରେ ଦୁର୍ବଳ ହେବା ସମ୍ଭାବନା ରହିଛି ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Related Articles

Back to top button