ବର୍ତ୍ତମାନ ଦାରିଙ୍ଗବାଡିରେ ପାରଦ ଖସିବାରୁ ଶୀତର ପରିମାଣ ବଢିବାରେ ଲାଗିଛି

ଓଡ଼ିଶାର କାଶ୍ମୀର ହେଉଛି ଦାରିଙ୍ଗବାଡ଼ି ଏହି ଶୀତୁଆ ସକାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ଆସନ୍ତି। ବର୍ତ୍ତମାନ ଦାରିଙ୍ଗବାଡିରେ ପାରଦ ଖସିବାରୁ ଶୀତର ପରିମାଣ ବଢିବାରେ ଲାଗିଛି। ଦାରିଙ୍ଗବାଡ଼ିରେ ଗତକାଲି ଦିନ ୧୫.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ଆଜି ସକାଳୁ ଏହା ୧୩.୫ ଡିଗ୍ରୀକୁ ଖସି ଆସିଛି। ଶୀତ ଯୋଗୁ ଚାରିଆଡେ କୁହୁଡି ଦେଖାଯାଉଛି ଯାହାଫଳରେ ଲୋକଙ୍କର ଯାତାୟାତ ପାଇଁ ବାଧାପ୍ରାପ୍ତ ହେଉଛି।

ସୂଚନା ଅନୁଯାୟୀ , ଦାରିଙ୍ଗବାଡିରେ ପାରଦ ଖସିବାରୁ ଶୀତର ପରିମାଣ ବଢିବାରେ ଲାଗିଛି। ଶୀତୁଆ ସକାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ଓଡ଼ିଶା କାଶ୍ମୀରକୁ ଆସନ୍ତି ପର୍ଯ୍ୟଟକ। ତେବେ ଏହି କିଛି ଦିନ ହେବ ପାଗ ମେଘୁଆ ଥିବା ଫଳରେ ଶୀତ ହ୍ରାସ ପାଇଥିଲା। ହେଲେ ଆଜି ଶୀତ ପୁଣି ବୃଦ୍ଧି ପାଇଛି ଏବଂ ଗୋଟିଏ ଦିନ ମଧ୍ୟରେ ତାପମାତ୍ରାରେ ବିରାଟ ପରିବର୍ତ୍ତନ ହୋଇଛି। ଦାରିଙ୍ଗବାଡ଼ିରେ ଗତକାଲି ଦିନ ୧୫.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ଆଜି ସକାଳୁ ଏହା ୧୩.୫ ଡିଗ୍ରୀକୁ ଖସି ଆସିଛି। ଗୋଟିଏ ଦିନରେ ୨ ଡିଗ୍ରୀ ସେଲସିଅସ ତାପମାତ୍ରା ହ୍ରାସ ପାଇଛି ଏବଂ ତାପମାତ୍ରା ହ୍ରାସ ପାଇବା ଫଳରେ ଶୀତର ପରିମାଣ ବୃଦ୍ଧି ପାଇଛି। ଏହି ଶୀତର ପ୍ରବାହ ସକାଳ ୮ ଟା ପର୍ଯ୍ୟନ୍ତ ରହୁଛି ଯାହାଫଳରେ ଲୋକଙ୍କର ଯାତାୟାତ ପାଇଁ ବାଧାପ୍ରାପ୍ତ ହେଉଛି। ପିକନିକ କରିବା ପାଇଁ ମଧ୍ୟ ଦାରିଙ୍ଗବାଡ଼ିକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଆସୁଛନ୍ତି।

Related Articles

Back to top button