
ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା ଓମ୍ଫେଡ୍ କ୍ଷୀରର ଦାମ୍
ରାଜ୍ୟରେ ବଢିଲା ଓମଫେଡ୍ କ୍ଷୀରର ଦାମ୍ । ଏଣିକି ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା ଓମ୍ଫେଡ୍ କ୍ଷୀରର ଦାମ୍ । ପୂର୍ବରୁ ବଜାରରେ ଓମଫେଡ୍ କ୍ଷୀର(୫୦୦ ଗ୍ରାମ) ପ୍ୟାକେଟ୍ ମୂଲ୍ୟ ୨୬ ଟଙ୍କାରୁ ବଢି ୨୭ ଟଙ୍କା ହୋଇଛି । ଏହାଛଡା ଓମ୍ଫେଡ୍ ଗୋଲ୍ଟ ମିଲ୍କ ଲିଟର୍ ପିଛା ୫୨ଟଙ୍କାରୁ ବଢି ୫୬ ଟଙ୍କା ହୋଇଛି । ସେହିପରି ଓମ୍ଫେଡ୍ ଟନ୍ଡ୍ ମିଲ୍କ ଲିଟର ପିଛା ୪୬ ଟଙ୍କା ଥିଲା । ତାହାର ମୂଲ୍ୟ ବଢି ୫୦ଟଙ୍କାରେ ପହଞ୍ଚିଛି ।