
ନୂଆଁଖାଇ ପାଇଁ ବାହାରିଲା ଲଗ୍ନ
ବଲାଙ୍ଗୀର: ବଲାଙ୍ଗୀର ନୂଆଁଖାଇ ପାଇଁ ବାହାରିଲା ଲଗ୍ନ I ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀରେ ଇଷ୍ଟଦେବୀଙ୍କ ନିକଟରେ ଲାଗିହେବ ନବାନ୍ନ । ଆସନ୍ତା ସେପ୍ଟେମ୍ବର ୨୦ ବୁଧବାର ସକାଳ ୧୦ଟା ୨୮ରୁ ୧୦ଟା ୪୧ ମଧ୍ୟରେ ଇଷ୍ଟଦେବୀ ପାଟଣେଶ୍ୱରୀ ଓ ସମଲେଶ୍ବରୀଙ୍କୁ ପରମ୍ପରା ଅନୁଯାୟୀ ନୂଆଲାଗି ହେବ I ପାଟଣା ଷ୍ଟେଟ ହାଉସ୍ ହୋଲଡ଼ ଅଫିସରୁ ବାହାରିଲା ଲଗ୍ନ I ବଲାଙ୍ଗୀର ରାଜ ପୁରୋହିତ ସନ୍ତୋଷ ଦାସ ଏନେଇ ସୂଚନା ଦେଇଛନ୍ତି I