
ନର୍ସ ଶିବାନୀ ଦାସଙ୍କୁ ନିଃସ୍ବାର୍ଥପର ରୋଗୀ ସେବା ପାଇଁ ଜାତୀୟ ଫ୍ଳୋରେନ୍ସ୍ ନାଇଟ୍ଏଙ୍ଗେଲ୍ ପୁରସ୍କାର
ବ୍ରହ୍ମପୁର: ବ୍ରହ୍ମପୁର ବଡ ମେଡିକାଲର ନର୍ସ ଶିବାନୀ ଦାସଙ୍କ ନିଃସ୍ବାର୍ଥପର ରୋଗୀ ସେବା ପାଇଁ ବଡ ତ୍ୟାଗ। ଜୀବନ ସାରା ରହିଗଲେ ଅବିବାହିତ । ନିଃସ୍ବାର୍ଥପର ରୋଗୀ ସେବା ପାଇଁ ସେ ସବୁଠି ଚର୍ଚ୍ଚିତ । କୋରନା ଭଳି ମହାମାରୀ ସମୟରେ ରୋଗୀଙ୍କ ନିଆରା ସେବା କରି ସମଗ୍ର ଦେଶରେ ସେ ଚର୍ଚ୍ଚାକୁ ଆସିଥିଲେ । ଆଉ ଏବେ ଜାତୀୟ ଫ୍ଳୋରେନ୍ସ୍ ନାଇଟ୍ଏଙ୍ଗେଲ୍ ପୁରସ୍କାର ତାଙ୍କୁ ମିଳିଛି ।