OAS ଅଫିସରଙ୍କୁ ସରକାରଙ୍କ ବଡ଼ା ଚେତାବନୀ

OAS ଅଫିସରଙ୍କୁ ସରକାରଙ୍କ ବଡ଼ା ଚେତାବନୀ । ବଦଳି ହୋଇ ନୂଆ ସ୍ଥାନରେ ଯୋଗ ଦେଉ ନ ଥିବା ଓଏଏସ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ କଡା ଚେତାଲ୍ନୀ ଦେଇଛନ୍ତି । ୧୦ ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦିଅ, ନଚେତ ୧୧ ତାରିଖରୁ ନିଲମ୍ବନ କରିବେ ସରକାର । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।ନଭେମ୍ବର ୨୬ରେ କିଛି ଓଏଏସ ଅଫିସରମାନଙ୍କର ବଡ଼ ଧରଣର ବଦଳି କରାଯାଇଥିଲା। ବଦଳି ପରେ ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ବଦଳି ସତ୍ତ୍ୱେ ଅନେକ ଓଏଏସ ଅଫିସର ନିଜର ପୂର୍ବ ସ୍ଥାନରେ କାର୍ଯ୍ୟ କରି ଆସୁଛନ୍ତି । ସେମାନେ ନୂଆ ସ୍ଥାନରେ ଯୋଗ ଦେଉ ନାହାନ୍ତି । ଯେଉଁମାନେ ନୂଆ ସ୍ଥାନରେ ଯୋଗ ଦେଉ ନାହାନ୍ତି ସେମାନଙ୍କ ଦରମା ବନ୍ଦ କରିବାକୁ ଗତ ୩ ତାରିଖରେ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଏହାପରେ ମଧ୍ୟ ବଦଳି ହୋଇଥିବା ଓଏଏସ ଅଫିସରମାନେ ନ ଶୁଣିବାରୁ ୧୦ ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।୧୦ ସୁଦ୍ଧା ଯେଉଁମାନେ ଯୋଗ ନ ଦେବେ ୧୧ ତାରିଖରୁ ସେମାନଙ୍କୁ ନିଲମ୍ବନ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ଯେଉଁ ଓଏଏସ ଅଫିସରମାନେ ଭୁବନେଶ୍ୱରରେ ବିଭାଗୀୟ ଟ୍ରେନିଂରେ ଅଛନ୍ତି ସେମାନେ ଟ୍ରେନିଂ ସରିବା ମାତ୍ରେ ତୁରନ୍ତ ନୂଆ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି ।

Related Articles

Back to top button