ସୁବର୍ଣ୍ଣପୁର ଜିଲ୍ଲାର ସ୍ୱାଭିମାନ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବିନିକା ବନ୍ଦ ପାଳନ

ସୁବର୍ଣ୍ଣପୁର ଜିଲ୍ଲାର ସ୍ୱାଭିମାନ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବିନିକା ବନ୍ଦ ପାଳନ କରାଯାଉଛି । ପ୍ରସ୍ତାବିତ ଓପିଟିସିଏଲର ୨୨୦ କେଭି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର ହଟାଇବା ଦାବିରେ ଏହି ବନ୍ଦ ପାଳନ କରାଯାଇଥିବା ଜଣାପଡ଼ିଛି । ସହରର ସବୁ ପ୍ରତିଷ୍ଠାନ ବନ୍ଦ ହେବା ସହ ଲୋକେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି । ଟାୱାର ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ତେବେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବିନିକା ବନ୍ଦ ରହିବ ବୋଲି ମଞ୍ଚ ପକ୍ଷରୁ ଡାକରା ଦିଆଯାଇଛି ।

ବନ୍ଦ ପାଳନରେ ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ଦୋକାନ ବଜାର ବନ୍ଦ ରହିଛି। ତେବେ ଯାନବାହନ ଚଳାଚଳ ଜାରି ରଖିବା ଲାଗି ସଙ୍ଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜରୁରୀକାଳୀନ ସେବାକୁ ବି ବନ୍ଦରୁ ବାଦ୍ ଦିଆଯାଇଛି।

Related Articles

Back to top button